ତୀରନ୍ଦାଜରେ ବୌଦ୍ଧର କୃତିତ୍ୱ

0 80

ବୌଦ୍ଧ,୬/୧୧:- କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ୫୭ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩-୨୪ରେ ତୀରନ୍ଦାଜ ଖେଳରେ (ବାଳକ ବିଭାଗ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସୁରଜ କୁମାର ମେହେର ୪୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ପୁନେ ଠାରେ ଆୟୋଜିତ ତୀରନ୍ଦାଜ (ବାଳିକା ବିଭାଗ)ରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସୁଶ୍ରୀ କ୍ରିଷ୍ଣାମୟୀ ମହାକୁଡ ୩୦ ମିଟରରେ ସ୍ୱର୍ଣ୍ଣ ଓ ୫୦ ମିଟରରେ ରୋପ୍ୟ ପଦକ ହାସଲ କରିଛନ୍ତି । ସୁରଜ କୁମାର ମେହେର ବୁଟୁପାଲି ବୌଦ୍ଧର ସରିତା ମେହେର ଓ ସିଆରସିସି ନିରଞ୍ଜନ ମେହରଙ୍କ ସୁପୁତ୍ର ହୋଇଥିବାବେଳେ ସୁଶ୍ରୀ କ୍ରିଷ୍ଣାମୟୀ ବୌଦ୍ଧ ରେଭେନ୍ୟୁ କଲୋନୀସ୍ଥିତ କଳ୍ପନା ମହାକୁଡ ଓ ଅକ୍ଷୟ କୁମାର ମହାକୁଡଙ୍କ ସୁକନ୍ୟା ଅଟନ୍ତି ।

hiring

ଉଭୟ ଖେଳାଳୀ ପ୍ରଶିକ୍ଷକ ସୁଧନ୍ୟ ପ୍ରଧାନଙ୍କ ଅଧୀନରେ ତୀରନ୍ଦାଜ ପ୍ରଶିକ୍ଷଣ ଜାରି ରଖିଥିଲେ । ସେମାନଙ୍କ ଏହି କୃତିତ୍ୱରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ, ବୁଟୁପାଲିସ୍ଥିତ ଗଙ୍ଗାଧର ସ୍ୱେଚ୍ଛାସେବୀ ସମିତି, ଜିଲ୍ଲା ଆଥଲେଟିକ ସଂଘ, କ୍ରୀଡା ପ୍ରେମୀ ତଥା ବୌଦ୍ଧବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

18 − twelve =