ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା: ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ନୂଆ ନିୟମ

0 52

ଦିଲ୍ଲୀକୁ ପୁଣି ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସରକାରଙ୍କ ନିଷ୍ପତି ଅନୁସାରେ, ନଭେମ୍ବର ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ଫର୍ମୂଲା ଲାଗୁ ହେବ । ଏହାସହ ଦିଲ୍ଲୀରେ ବିଏସ୍-ଥ୍ରୀ ପେଟ୍ରୋଲ ଏବଂ ବିଏସ୍-ଫୋର୍ ଡିଜେଲ୍ କାର ଉପରେ ବ୍ୟାନ୍ ଜାରି ରହିବ । ଏହାରି ଭିତରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ଚାଲିବ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି । ଏହାବ୍ୟତୀତ ଦିଲ୍ଲୀରେ ଏବେ ଷଷ୍ଠରୁ ନବମ ଏବଂ ଏକାଦଶର ଶ୍ରେଣୀର ଫିଜିକାଲ କ୍ଲାସ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଦିଲ୍ଲୀ ପରିବହନ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି, ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଯୁଗ୍ମ-ଅଯୁଗ୍ମ ଫର୍ମୂଲା ନିଷ୍ପତି ନିଆଯାଇଛି । ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁରହିଥିବା ବେଳେ ଅଯୁଗ୍ମ ଦିନରେ ଯେଉଁ ଗାଡ଼ିର ଶେଷ ନମ୍ବର ଯଥାକ୍ରମେ ୧, ୩, ୫, ୭ ଏବଂ ୯ ନମ୍ବର ଥିବ, ସେହି ଗାଡ଼ି ଚାଲିବ । ସେହିପରି ଯୁଗ୍ମ ଦିନରେ ଶୂନ, ୨, ୪, ୬ ଏବଂ ୮ ନମ୍ବର ଥିବା ଗାଡ଼ି ଚାଲିବ । ତେବେ ସମୀକ୍ଷା ପରେ ଏହି ଯୁଗ୍ମ-ଅଯୁଗ୍ମ ଫର୍ମୂଲା ଆଗକୁ ଜାରି ରହିବ କି ନାହିଁ, ତା ଉପରେ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

5 × three =