ଲୁହରେ ଭିଜିଲା ଯବାନଙ୍କ ଗାଁ ମାଟି

0 56

ବୀର ଯବାନଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛି ଗାଁ ମାଟି । ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଶହୀଦ ପ୍ରତାପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ଼ ଜମିଥିଲା। ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଆଜି ଶେଷକୃତ୍ୟ ହେବ । ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ହେବ ଶେଷକୃତ୍ୟ । ପ୍ରତାପଙ୍କ ଶହୀଦ ହେବା ଖବର ପାଇବାପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଶହୀଦ ପ୍ରତାପଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ସେଥିପାଇଁ CBI ତଦନ୍ତ ଦାବି କରିଛନ୍ତି ଶହୀଦଙ୍କ ପରିବାର । ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ ।

hiranchal ad1
Leave A Reply

Your email address will not be published.

two + 13 =