ବୌଦ୍ଧଜିଲ୍ଲା କଂଗ୍ରେସ ପାଳନ କରିବ ସୂଚନା ଅଧିକାର ସପ୍ତାହ

0 194

ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ପକ୍ଷ ପାଳନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଉପା ସରକାର ଅମଳରେ ୨୦୦୫ ମସିହାରେ କରାଯାଇଥିବା ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନତା କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସେଥିପାଇଁ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ସଚେତନତା ସପ୍ତାହ ପାଳନ କରାଯିବ । ପ୍ରଥମ ଦିବସରେ ୫୦ ଜଣ କର୍ମୀଙ୍କୁ ସୂଚନା ଅଧିକାର ଆଇନ ସଂପର୍କରେ ତାଲିମ ଦିଆଯିବ । ଦ୍ୱିତୀୟ ଦିବସ ଠାରୁ ସପ୍ତମ ଦିବସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟରେ ଲୋକଙ୍କ ଆବଶ୍ୟକ ଥିବା ବିଭିନ୍ନ ସମସ୍ୟା ଓ ଉନ୍ନୟନ ପ୍ରକଳ୍ପ ସଂପର୍କରେ ସୂଚନା ମଗାଯିବ । ତଥ୍ୟ ହାସଲ ପରେ ଜନସାଧାରଣରେ ସଚେତନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର, ସାଧାରଣ ସଂପାଦକ ଅର୍ଜୁନ ମହାନନ୍ଦିଆ, ଜିଲ୍ଲା କଂଗ୍ରେସ ଆଇନସେଲ ସଭାପତି ବିଶ୍ୱଜିତ ମିଶ୍ର, ଗଣେଶ ଅଗ୍ରୱାଲ, ହରଭଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ପଙ୍କଜ କୁମାର କର୍ଣ୍ଣ, କୋଷାଧ୍ୟକ୍ଷ ପୌଲସ୍ତି ପ୍ରଧାନ, ବେଣୁଧର ମେହେର, ରୋହିତାଶ୍ୱ ବେହେରା, ଉମେଶ ନାଏକ, ପ୍ରଶାନ୍ତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + sixteen =