ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା

0 256

ପୁରୀ,୨୩/୯- ବିଜେଡି ପାଇଁ ଖୋଲା ସମର୍ଥନ ଦେଲେ ପିପିଲିର ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ । ବିଜେଡିର ହେଭିୱେଟ ନେତାଙ୍କ ସହିତ ଗୁପ୍ତ ବୈଠକ ପିପିଲି ରାଜନିତୀରେ ସୃଷ୍ଟି କରିଛି ହଇଚଇ, ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘଟଣାରେ ପ୍ରତିକିୟା ରଖିଛି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେଡି ତାର ଦୁର୍ବଳ ସ୍ଥିତିକୁ ସଜାଡିବା ପାଇଁ କଂଗ୍ରେସର ଅ ।ଶ୍ରୟ ନେଇଥିବା ବିଜେପି କହିଥିବାବେଳେ ଏହା ନିର୍ବାଚନରେ କଂଗ୍ରେସ ପାଇଁ କୌଣସି ପ୍ରଭାବ ପକାଇନାହିଁ ବୋଲି କହିଛି କଂଗ୍ରେସ । ସେପଟେ ବାଲେଶ୍ୱର ଉପନିର୍ବାଚନ କଥା ଦୋହାରାଇ ଏଭଳି ପ୍ରସଙ୍ଗକୁ ହସରେ ଉଡାଇ ଦେଇଛି ଶାସକ ବିଜେଡି । ପିପିଲି ରାଜନୀତି ଏବେ ଘଡିକେ ଘୋଡା ଛୁଟୁଛି, ଉପନିର୍ବାଚନ ପାଇଁ ଚଳଚଂଚଳ ରହିଛି ବିଭିନ୍ନ ରାଜନୈତିକ ଶିବିର । ଉପନିର୍ବାଚନର କେଇଦିନ ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା, ପିପିଲି କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କ ହଜାର ହଜାର ସମର୍ଥକ ବିଜେଡି ଶିବିରରେ ଯୋଗ ଦେଇଥିବା ବେଳେ ବିଜେଡିକୁ ଦେଇଛନ୍ତି ଖୋଲା ସମର୍ଥନ । ପିପିଲିରେ ଅନ୍ୟ କୌଣସି ଦଳ ନୁହେଁ ବିଜେଡି ବହୁମତ ହାସଲ କରିବ ବୋଲି ପ୍ରିୟବ୍ରତ ଦୃଢୋକ୍ତି ପ୍ରକାଶ କରିଥିବାବେଳେ ପିପିଲିରେ ଯୁଧିଷ୍ଠିରଙ୍କ ବିନା କଂଗ୍ରେସର କୌଣସି ସ୍ଥିତି ନାହିଁ ବୋଲି କହିଛନ୍ତି । ପିପିଲି ଜୟପୁର ଶାସନ ଛକ ଠାରେ ଏକ କଲ୍ୟାଣ ମଣ୍ଡପରେ ବିଜେଡି ହେଭିୱେଟ ମନ୍ତ୍ରୀ ଓ ବିଧାୟକଙ୍କର ଗୁପ୍ତ ବୈଠକ ପିପିଲି ରାଜନିତୀରେ କମ୍ଫନ ସୃଷ୍ଟି କରିଛି । ସେପଟେ ବିଜେଡିକୁ ଖୋଲା ସମର୍ଥନ ପରେ ପ୍ରତିକିୟା ରଖିଛି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେଡି ଦୁର୍ବଳ ହୋଇପଡିଛି ଅନ୍ୟ ଦଳରୁ ବଳ ଗୋଟାଇ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ପ୍ରିୟବ୍ରତ ବିଜେଡିକୁ ସହଯୋଗ କଲେ ମଧ୍ୟ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି କଂଗ୍ରେସ । ବିରୋଧୀ ବିଜେପି ଓ କଂଗ୍ରେସର ଜବାବ ରଖିଛି ଶାସକ ବିଜେଡି । ବିଜେଡି ଦୁର୍ବଳ ନୁହେଁ ବିଜେଡି ଏକ ନୀଳ ସମୁଦ୍ର ବୋଲି ବିଜେଡି କହିଥିବାବେଳେ ସେପଟେ ବାଲେଶ୍ୱର ଉପନିର୍ବାଚନ କଥା ଦୋହାରାଇ ଏଭଳି ପ୍ରସଙ୍ଗକୁ ହସରେ ଉଡାଇ ଦେଇଛି ଶାସକ ବିଜେଡି । ସେପଟେ ପିପିଲିରେ ବିଜେପି ଓ କଂଗ୍ରେସକୁ ମାତ ଦେଇ ପିପିଲି ବିଜେଡି ଦଖଲ କରିବ ବୋଲି ପ୍ରିୟବ୍ରତ କହିଛନ୍ତି । ସେପଟେ ଅ ।ଜି ବିଜେଡିପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପିପିଲି ଯଶୁଅ ।ପୁର. ମଙ୍ଗଳପୁର, ରେଂଚ ରେ ଦୁଅ ।ର ଦୁଅ ।ର ବୁଲି ଭୋଟ ମାଗିଥିବା ବେଳେ ପିପିଲି ଏନଏଏସିରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବିଧାୟକ ମହମ୍ମଦ ମୋକିମ ଭୋଟ ଭିକ୍ଷା କରିଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ କଣ୍ଟି ରେ ଲେଖାଶ୍ରୀ ସାମନ୍ତସିଂହାର,ଦାଣ୍ଡମୁକୁନ୍ଦପୁରରେ ବିଜେପି ନେତା ଗୋଲଖ ମହାପାତ୍ର ଓ ପାଣିଦୋଳରେ ନିଜେ ଅ ।ଶ୍ରିତ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

15 − five =