ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

0 910

ବୌଦ୍ଧ/ବାଉଁଶୁଣୀ,୩୧/୫- ବୌଦ୍ଧଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି କଣ୍ଟାମାଳ ବ୍ଲକ ଶୁଣ୍ଢିପଦରସ୍ଥିତ ‘ଓଡ଼ିଶା ଭାସ୍କର’ର ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାର ସହିତ ସାକ୍ଷାତ କରି ସମବେଦନା ଜଣାଇଥିଲେ । ତାଙ୍କ ପତ୍ନୀଙ୍କ ଠାରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସରକାରୀ ସହାୟତା ପାଇଁ ଆବଶ୍ୟକୀୟ କାଗଜପତ୍ର ଆଣିଥିଲେ । ସୂଚନା ଥାଉକି ଗତ ୧୦ ତାରିଖରେ ଓଡ଼ିଶା ଭାସ୍କର ବୌଦ୍ଧଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ଦୁର୍ବାକ୍ଷ ବସ୍ତିଆ ଅଚାନକ ଗୁରୁତର ହୋଇଥିଲେ । ଗୁରୁତର ହେବା ପରେ ପରିବାର ଲୋକେ ସୋନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯଥାଶୀଘ୍ର ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + nine =