ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ୨ ମୃତ

0 400

ଫୁଲବାଣୀ,୩୧/୫- ଆଜି ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପିଟବାରି ଗ୍ରାମରେ ଏକ ନୂଆ ଲେଟିନ ଟାଙ୍କିର ସେଣ୍ଟ୍ରିଙ୍ଗ କାଠ ବାହାର କରିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଟାଙ୍କି ଭିତରେ ପଡିଯାଇଥିଲା । ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ପଡିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଲାପରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାରକରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଲେ ଘରମାଲିକ ସଞ୍ଜୟ ପ୍ରଧାନ ଓ ଶ୍ରମିକ ସନ୍ତୋଷ କହଁର ।

hiranchal ad1
Leave A Reply

Your email address will not be published.

16 − 13 =