ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ

0 175

ବୌଦ୍ଧ/ବାଉଁଶୁଣୀ,୨୪/୧୦- ବୌଦ୍ଧଜିଲ୍ଲା ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆସନ୍ତାକାଲିଠାରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଥିବାବେଳେ ପାଠପଢା ସମ୍ବନ୍ଧୀୟ ଏକ ଅଭିଭାବକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଦଧିବାମନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା କମିଟି ଉପସଭାପତି ସଦାନନ୍ଦ ମିଶ୍ର, ସଦସ୍ୟା ଜୟନ୍ତୀ ମେହେର ପ୍ରମୁଖ ଯୋଗ ଦେଇଥିଲେ । ରମାକାନ୍ତ ମହାକୁଳ, ଉମେଶ ମେହେର, ସଞ୍ଜୀବ ଦନ୍ତା, ବ୍ରଜେନ୍ଦ୍ର ତ୍ରିପାଠୀ, ସୁରଥ ମହାକୁକ, କୃଷ୍ଣଚନ୍ଦ୍ର ମେହେର, ଉମାକାନ୍ତ ମହାକୁଳ ପ୍ରମୁଖ ଅଭିଭାବକ ମାନେ ବୈଠକରେ ଯୋଗଦେଇ କୋଭିଡ ନିୟମ ପାଳନ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଯୁଗ୍ମ ସମ୍ପାଦକ ସୁଧାଂଶୁ ମହାକୁଳ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

9 − two =