ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଷଷ୍ଠ ପୁରାତନ ଛାତ୍ର ସମ୍ମିଳନୀ

0 67

ଗଜପତି,୨୪/୧୦- ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଷଷ୍ଠତମ ପୁରାତନ ଛାତ୍ର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଗୌରହରି ପଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇ ପୂରାତନ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥଭାବେ ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ, ଅନୁଷ୍ଠାନର ପୂର୍ବତନ ଶିକ୍ଷକ ରାମ ନାରାୟଣ ପାତ୍ର ପଣ୍ଡିଚେରୀରୁ ଅନଲାଇନ୍‌ ମାଧ୍ୟମରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ । ଏହା ପରେ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜର ପୁରୁଣା ଅନୁଭୂତି କହିଥିଲେ, ବିଭିନ୍ନ ପ୍ରତିଯୋଗୀତା ପରେ ପୁରସ୍କାର ପ୍ରଦାନ କରାଯାଇଥିଲା ଏହା ସହ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜର ହୃଦୟର କଥା କହିଥିଲେ । ପୁର୍ବତନ ଛାତ୍ରମାନଙ୍କ ଦ୍ୱାରା ଲିଖିତ ହାତଲେଖା ପତ୍ରିକା “ଅର୍ପଣ’ର ଉନ୍ମୋଚନ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ଦାସ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଦେଇଥିଲେ । ଆଲୋଚନାକୁ ଅନୁଶ୍ରି ପଟ୍ଟନାୟକ ଓ ଅଞ୍ଜନା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଶେଷ ସ୍ପର୍ଶ ସହ ଆଗମୀ ଦିନରେ ଅନୁଷ୍ଠାନ ସକ୍ରିୟପାଇଁ ଯୋଜନା ବିଷୟରେ ଆଦର୍ଶ ଦାସ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ସୋସାଇଟିର ସଦସ୍ୟ, ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ବହୁ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 − 2 =