ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବାଉଁଶୁଣୀରେ ୧୨ ଘଣ୍ଟିଆ ବନ୍ଦ ପାଳନ

0 114

ବାଉଁଶୁଣୀ, ୩୦/୧୦ – ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଏହାର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ୍‌ର ପ୍ରଭାବ ବାଉଁଶୁଣି ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ପଡିଛି । ଆଜିର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା । ବାଉଁଶୁଣି, ଅଁଳାପାଲି, ବହିରା, ଦହ୍ୟା ଆଦି ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ବିଭିନ୍ନ କାର୍ଯ୍ୟାଳୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ୍‌ ଥିଲା । ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଯୁବମୋର୍ଚ୍ଚା ଉପସଭାପତି ତ୍ରିବିକ୍ରମ ମହାକୁଳ, କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ମେହେର, ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା, ଶମ୍ଭୁ ଗାଈଗୌରିଆ, ତରଣୀ ଭୁକ୍ତା, ମୋହନ ପାତ୍ର, ଅଜିତ ମହାକୁଳ,ତୋଷିତ ଡାଙ୍ଗ, ଏକଲବ୍ୟ ମହାକୁଳ, ମାନଭଞ୍ଜନ ସିଂହ,ସିଦେ୍ଧଶ୍ୱର ପ୍ରଧାନ, ତୀର୍ଥ ପାତ୍ର, ଯଶୋବନ୍ତ ଭୋଇନା, ହିମାଂଶୁ ଜାଲ, ଗୌର ଭୋଇ, ବାଳାମଣି ବନଛୋର ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

three × two =