୬ଦଫା ଦାବୀନେଇ କଟକ ଡିସିପି କାର୍ଯ୍ୟାଳୟକୁ ପଦଯାତ୍ରାରେ ଯିବେ ୨୧୦ ପ୍ରିପେଡ ଅଟୋଚାଳକ

0 45

କଟକ,୩୦/୧୦- କଟକ ରେଳଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ କମିଶନରେଟ୍‌ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ୨୦୧୧ଅକ୍ଟୋବର ୨ତାରିଖରୁ ଆଜିପର୍ଯ୍ୟନ୍ତ କଟକ ରେଳଷ୍ଟେସନରେ ଅହରହ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଛି । ମାତ୍ର ୩ବର୍ଷ ହେବ ଏହାକୁ ନିୟନ୍ତ୍ରଣ କରୁଥିବା ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି(ଟିଏମସି) ବୈଠକରେ ସମସ୍ୟାର ସମାଧାନ ହୋଇପାରୁ ନାହିଁ ଯାହାଦ୍ୱାରା ପେଟ୍ରୋଲ, ଡିଜେଲ ଦର ୭୦ଟଙ୍କା ଥିବାବେଳେ ଭଡା ଯାହା ଥିଲା ଆଜି ତୈଳଦର ୧୧୦ରେ ମଧ୍ୟ ଭଡାବୃଦ୍ଧି ହୋଇନାହିଁ । ୟୂନିଫର୍ମ, ଆଇକାର୍ଡ ମଧ୍ୟ ଦିଆଯାଉ ନାହିଁ । ଯାହାଦ୍ୱାରା ଚିରାଫଟା ୟୂନିଫର୍ମ ପିନ୍ଧି ସେବା ଯୋଗାଉଛନ୍ତି ଏବଂ କେତେକଙ୍କ ୟୂନିଫର୍ମ ନଥିବାରୁ ଏହାର ସୁଯୋଗ ଦେଖି ବାହାର ଗାଡି ପଶି ମଧ୍ୟ ଭଡା କରୁଛନ୍ତି । ଆସୋସିଏସନ ତରଫରୁ କଟକ ଡିସିପି, ସିପି,ଟ୍ରାଫିକ ଏସିପି, ବିଧାୟକ, ସାଂସଦଙ୍କୁ ଲିଖିତ ଜଣାଇବା ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇନାହିଁ ।ଆଜି କଟକ ରେଲୱେ ଷ୍ଟେସନ ପ୍ରିପେଡ କାଉଣ୍ଟର ସମ୍ମୁଖରେ ସଭାପତି ଲୋକନାଥ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାପତି ବାସୁଦେବ ଦାସ,ଉପଦେଷ୍ଟା ଜିତେନ୍ଦ୍ର ସାହୁ ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ସମସ୍ୟା ନେଇ ଆଲୋଚନା ହୋଇଥିଲା । ସମସ୍ତ ସମସ୍ୟା ଆଲୋଚନା ନେଇ ଆସନ୍ତା ନଭେମ୍ବର ୧ ତାରିଖ ସୋମବାରଦିନ କଟକ ରେଳଷ୍ଟେସନରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଚାଲିଚାଲି ଆସୋସିଏସନର ସଦସ୍ୟ କଟକ ଡିସିପି କାର୍ଯ୍ୟାଳୟ ଅଭିମୁଖେ ଯାଇ କଟକ ଡିସିପିଙ୍କୁ ଏକ ୬ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିବେ ।
ତୈଳଦର ବୃଦ୍ଧି ନେଇ ଭଡାବୃଦ୍ଧି, ଅଟୋଚାଳକଙ୍କୁ ୟୂନିଫର୍ମ, ପରିଚୟ ପତ୍ର, ଅଟୋଚାଳକଙ୍କ ସ୍ୱାସ୍ଥ୍ୟବୀମା, ଅଟୋଷ୍ଟାଣ୍ଡରେ ବାହାର ଗାଡି ପଶି ଭଡା କରୁଥିବା ଭଡାକୁ ବନ୍ଦ କରିବା, ପିଇବାପାଣି, ପରିସ୍ରାଗାର ଏବଂ ବିଶ୍ରାମଗାର, ପୁଲିସ,ଟ୍ରାଫିକ ପୁଲିସ ନିୟମିତ ତଦାରଖ କରିବା ଏବଂ ସମୀକ୍ଷା ବୈଠକ ଦାବୀନେଇ କଟକ ରେଳଷ୍ଟେସନରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଯାଇ କଟକ ଡିସିପିଙ୍କୁ ଦାବୀପତ୍ର ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

four × 4 =