ସଡକ ଦୁର୍ଘଟଣାରେ ଚାଳକ ଗୁରୁତର ଆହତ

0 175

ହରଭଙ୍ଗା,୧/୨:- ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ୫୭ ନଂ ଜାତୀୟ ରାଜପଥ ଚାରିଛକ ମାର୍ଡିଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଓଡି୦୩ଭି୫୪୦୦ନଂ ଥିବା ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଚାଳକ ଗୁରୁତର ଆହତ ହୋଇଥିଲା । ଗୁରୁତର ଚାଳକଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିର୍ି କରାଯାଇଥିବା ବେଳେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।

hiranchal ad1
Leave A Reply

Your email address will not be published.

20 + 15 =