ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ ବ୍ଲକ ଉପାଧ୍ୟକ୍ଷ

0 32

କୋକସରା,୧/୨:- ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସେହିପରି କୋକସରା ବ୍ଲକର ୨୨ ଗୋଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା ପାଇଁ ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କୋକସରା ବ୍ଲକ ମୋଟେର ପଞ୍ଚାୟତ ଖୁଟୁଲୁଗୁଡା ଠାରେ ଚାଲୁରହିଛି । ଏହି ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ଓ ପରିଦର୍ଶନ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ । ପରିଦର୍ଶନ ସମୟରେ ବ୍ୟବହୃତ ହେଉଥିବା ସାମଗ୍ରୀର ଗୁଣବତ୍ତା ଓ କାର୍ଯ୍ୟର ସ୍ଥାୟିତ୍ୱ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉପାଧ୍ୟକ୍ଷଙ୍କ ଏହି କାର୍ଯ୍ୟର ପରିଦର୍ଶନ ସମୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଫର୍ଣ୍ଣିନ୍ଦ୍ର ଆର୍କା ଉପସ୍ଥିତ ଥିଲେ । କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥାକୁ ଠିକ ଭାବରେ କାର୍ଯ୍ୟ ସମାପନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × 5 =