୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ:କଳାହାଣ୍ଡିକୁ ହରାଇ ଝାରସୁଗୁଡା ଚାଂପିଆନ

0 37

ହରଭଙ୍ଗା,୨୪/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ (ଜୟଦୁର୍ଗା କ୍ଳବ )ଝାରସୁଗୁଡା ସହ (ୱାଇଏଫଏ )କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏଥିରେ କଳାହାଣ୍ଡିକୁ ହରାଇ ୩-୦ ଗୋଲରେ ଝାରସୁଗୁଡା ବିଜୟୀ ହୋଇ ଟୁର୍ଣ୍ଣାମେଂଟର ଚାମ୍ପିୟାନ ଟ୍ରଫି ଗ୍ରହଣ କରିଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ରାମଗଡ଼ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ପ୍ରଗଳପୁର ଗ୍ରାମ୍ୟ ସଭାପତି ବାସୁଦେବ ପ୍ରଧାନ, ନରେଶ ସେଠି, ସୁଜିତ କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ ।

hiring

ଖେଳକୁ ରେଫରୀ ସୁଜିତ ରାଜହଂସ ପରିଚାଳନା କରିଥିବାବେଳେ ଲାଇନ ମ୍ୟାନ ଭାବେ ଏ. ପି ସାହୁ, ରଜତ ଖମାରି ପ୍ରତାପ ପ୍ରଧାନ ସହଯୋଗ କରିଥିଲେ । ଉକ୍ତ ଟୁର୍ଣ୍ଣାମେଂଟକୁ ବୁଦ୍ଧଦେବ କ୍ଳବର ସଦସ୍ୟ ସ୍ୱାଧୀନ ଦୀପ, ନଗେନ ଦୀପ, ଜୟନ୍ତ ଖମାରି, ଟୁକୁନ ସେଠୀଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + four =