କଳିଙ୍ଗ ହସ୍ପିଟାଲ୍‌କୁ ଟାଇମ୍ସ ହେଲ୍‌ଥ ଆଇକନ୍‌ ଆୱାର୍ଡ-୨୦୨୩

0 69

ଭୁବନେଶ୍ୱର: ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରାଯାଉଥିବା ବିଭିନ୍ନ ହସ୍ପିଟାଲ ଓ ଡାକ୍ତରମାନଙ୍କୁ ଟାଇମ୍ସ ହେଲ୍‌ଥ ଆଇକନ୍‌ ଆୱାର୍ଡ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତନ ଆଣିଥିବା ପ୍ରଥମ କର୍ପୋରେଟ୍‌ ହସ୍ପିଟାଲ ଭାବରେ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱରକୁ ଟାଇମ୍ସ ଆଇକନ୍‌ ଆୱାର୍ଡ ୨୦୨୩ରେ ସମ୍ମାନିତ କରାଯାଇଛି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ ଖେର ଯୋଗ ଦେଇ ଡାକ୍ତରମାନଙ୍କୁ ସମ୍ମାନିତ କରିଛନ୍ତି । କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ସୀତିକାନ୍ତ ଦାଶ ଏହି ସମ୍ମାନ ଗ୍ରହଣ କରିଥିବାବେଳେ ନେଫ୍ରୋଲୋଜି କ୍ଷେତ୍ରରେ ଜୀବନବ୍ୟାପୀ ସାଧାନା ଯୋଗୁ ଡାକ୍ତର ଅମୋଦ ଚନ୍ଦ୍ର ମହାକୁଡଙ୍କୁ ଲାଇଫ୍‌ଟାଇମ୍‌ ଆଚିମେଂଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 2 =