ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0 32

ଜହ୍ନ ।ପଙ୍କ,୨୪/୧:- ବୌଦ୍ଧ ବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ବୁଢ଼ୀପଦରସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ଼ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ ଓ ଆୟୁଷ ନିର୍ଦ୍ଦେଶାଳୟ ଓଡ଼ିଶା ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୁପାକ୍ଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ପଦ୍ମନପୁର ଗ୍ରାମ ପଞ୍ଚାୟତର ସରପଂଚ ସୌଦାମିନୀ ବାରିକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ, କନ୍ଧମାଳ ଡ଼ ଭବାନୀ ଶଙ୍କର ପାଳ, ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ କନ୍ଧମାଳ ମଣ୍ଡଳ, ଫୁଲବାଣୀ ଡ଼ ଶ୍ୟାମାନନ୍ଦ ବେହେରା, ଡ଼ ସୁବାଷ ଚନ୍ଦ୍ର ଦାଶ, ଡ଼ ମୋନାଲିସା ଦାଶ, ଡ଼ ଅଜୟ କୁମାର ମେହେର, ଡ଼ ସରିତା ନାୟକ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସାର ଉପାଦେୟତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଚିକିତ୍ସା ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲେ । ଯୋଗ କରିବା ନିରୋଗ ରହିବା । କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଏହାର ନିରାକରଣ ପାଇଁ ତୁଳସୀ, ବେଲ, ଭୂଇଁ ନିମ୍ବ, ନିମ୍ବର ଔଷଧୀୟଗୁଣର ଉପାଦେୟତା ସମ୍ପର୍କରେ କହିଥିଲେ । ପୂର୍ବରୁ ଖେଳ ଶିକ୍ଷକ ରଞ୍ଜିତ ରଞ୍ଜନ ଚାନ୍ଦ ଯୋଗ ଓ ପ୍ରାଣାୟମ ଶିଖାଇଥିଲେ । ଏହା ପରେ ଅତିଥିମାନେ ଅଗ୍ରପୂଜ୍ୟ ଗଣେଶଙ୍କ ନିକଟରେ ଦୀପ ଜାଳି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ର ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ପ୍ରଶାନ୍ତ ପରିଡ଼ା, ଶିକ୍ଷକ ପ୍ରକାଶ ପରିଡ଼ା, ତ୍ରିପୁରାରୀ ବାଘ, କମଳ ପ୍ରଧାନ, ବିଭୁତି ବିଶ୍ୱାଳ, ଦିଲ୍ଲୀପ ମହାକୁଳ, କର୍ମଚାରୀ ପ୍ରଶାନ୍ତ ହୋତା, ସୁଦାମ ବିଶ୍ୱାଳ, ଭୋଳାନାଥ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 14 =