ତ୍ରିଦିବସୀୟ ବିଜ୍ଞାନସମ୍ମତ ଯୋଗ ସାଧନା ଶିବିର ଉଦଘାଟିତ

0 30

ଜହ୍ନାପଙ୍କ,୩୦/୬:- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଆନନ୍ଦମାର୍ଗ ଜାଗୃତିରେ ଗଞ୍ଜାମ ଡ଼ାୟୋସିସର ପ୍ରଥମ ଡ଼ାୟୋସିସ୍‌ ତ୍ରିଦିବସୀୟ ସେମିନାର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ସେମିନାରର ପ୍ରଥମ ଦିବସରେ ଆଧ୍ୟାତ୍ମିକ ଦର୍ଶନ ଉପରେ ଦୁର୍ଲଭ ମାନବ ଜୀବନର ସମ୍ପର୍କ କିପରି ଓତଃପ୍ରୋତଃ ଭାବରେ ଜଡ଼ିତ । ବିଶେଷକରି ସମାଜ ଚକ୍ରର ଛଅଟି ବିଷୟ ଯଥା ଆଧ୍ୟାତ୍ମିକ ଦର୍ଶନ, ଆଧ୍ୟାତ୍ମିକ ଅନୁଶୀଳନ, ସାମାଜିକ ଦୃଷ୍ଟିକୋଣ, ସାମାଜିକ ଆର୍ଥିକ ତତ୍ତ୍ୱ (ପ୍ରାଉଟ),ଶାସ୍ତ୍ର(ବିଧାନ) ଓ ମାର୍ଗଦର୍ଶକ(ସଦ୍‌ଗୁରୁ) ଉପରେ ବରିଷ୍ଠ ସନ୍ନ୍ୟାସୀ ଆଚାର୍ଯ୍ୟ ବିଶୁଦ୍ଧାତ୍ମାନନ୍ଦ ଅବଧୂତ ଶିବିରାର୍ଥିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବରିଷ୍ଠ ସନ୍ନ୍ୟାସୀ ଆଚାର୍ଯ୍ୟ ମୁକ୍ତିଚେତସାନନ୍ଦ ଅବଧୂତ, ସ୍ଥାନୀୟ ଡି.ଏସ୍‌ ଆଚାର୍ଯ୍ୟ ଶାନ୍ତଶୀଳା ନନ୍ଦ ଅବଧୂତ , ସନ୍ନ୍ୟାସୀନି ଅବଧୂତିକା ଆନନ୍ଦ ଅଶୋକା ଆଚାର୍ଯ୍ୟ ।, ଅବଧୂତିକା ଆନନ୍ଦ ରୂପାତୀତ ଆଚାର୍ଯ୍ୟ,ଅବଧୂତିକା ଆନନ୍ଦ ସ୍ମୃତି ସୁଧା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ୩ ତାରିଖରେ ଏହି ଶିବିର ଉଦଯାପିତ ହେବ । ଆଗାମୀ ଦୁଇ ଦିନରେ ଆଧ୍ୟାତ୍ମିକ ଦର୍ଶନ ଉପରେ ଆଲୋଚନା ହେବ । ଏହି ପ୍ରଶିକ୍ଷଣ ଶିବିରରେ ବିରୁପାକ୍ଷ ସ୍ୱାଇଁ, ଲବ ବେହେରା, କେଦାରନାଥ ସାହୁ, ଉମେଶ ବାରିକ, ବିଦ୍ୟାଧର ସ୍ୱାଇଁ, ମନୋରଞ୍ଜନ ପୁରୋହିତ, ରାମଚନ୍ଦ୍ର ପ୍ରଧାନ, ଆଦିତ୍ୟ, ସ୍ୱପ୍ନାରାଣୀ, ଜ୍ୟୋସ୍ନାମୟୀ,ଭାରତୀ, ରାଜଲକ୍ଷ୍ମୀ, ଦୀପ୍ତିରାଣୀ, ଦୀପ୍ତିମୟୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 + sixteen =