ବୌଦ୍ଧ ଜ଼ିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

0 89

ବୌଦ୍ଧ: ବୌଦ୍ଧ କଚେରୀ ପଡିଆଠାରେ ୭୩ତମ ଜ଼ିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପୋଲିସ ବାହିନୀର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉପଲକ୍ଷେ ପୋଲିସ ବାହିନୀ ର ୫ତମ ଆଇଆରବିଏନର ଦୁଇଟି ଗ୍ରୁପ ଏବଂ କମାଣ୍ଡର କେ. ବି. ଭୋଇ, ଏ. କେ. ମଲ୍ଲିକ, ଏପିଆର(ପୋଲିସ ) ଦଳ ଏବଂ କମାଣ୍ଡର ପି. କେ. ମଲ୍ଲିକ, ହୋମଗାର୍ଡର ଏକ ଦଳ ଏବଂ କମାଣ୍ଡର ବାବୁଲି ହାତୀ, ବ୍ୟାଣ୍ଡ କଣ୍ଟିଜେଣ୍ଟ ମିଳିତ ଜ଼ିଲ୍ଲା ପୋଲିସ ଏବଂ ୫ତମ ଆଇ.ର.ବି.ଏନ ଦଳ ଏହିପରି ସର୍ବମୋଟ ୫ଟି ଦଳରେ ୧୦୪ ଜଣ ପୋଲିସ ବାହିନୀ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ମୁଖ୍ୟ ଅତିଥିଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ ।

hiring

ଏହି ଉପଲକ୍ଷେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବୌଦ୍ଧ ସହରରେ ରାମଧୁନ, ପରେ ପରେ ସକାଳ ୭ଘଟିକା ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ପରେ ପରେ ଗାନ୍ଧି ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି, ଭୈରବୀ ଛକ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ନୂଆଛକ ସାହି ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି, ବ୍ରିଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଏନ.ଏ.ସି ଛକ ସ୍ଥିତ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ଶ୍ରୀ ମିଶ୍ର ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସହ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦ୍ଦେଶକ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଏସ.ପି. ରବୀନ୍ଦ୍ର କୁମାର ରାଉତ, ତହସିଲଦାର ଅବିନାଶ ପାଣ୍ଡିଆ, ଇ.ଓ. ଇଂ ମନୋରଞ୍ଜନ ପଣ୍ଡା, ଏନ.ଏ.ସିର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ, ଗଣ ମାଧ୍ୟମପ୍ରତିନିଧି ଉପସ୍ଥିତ ଥିଲେ । ଏହି ଦିବସ ଅବସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରି କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜ଼ିଲ୍ଲା ଚିକିତ୍ସାଧିକାରୀ, ଜ଼ିଲ୍ଲା ପୋଲିସ କାର୍ଯ୍ୟାଳୟ , ଅଗ୍ନିଶମ ସେବା ସଂସ୍ଥା, ଏନ.ଏ.ସି.ର ପରିମଳ କର୍ମଚାରୀ କୋଭିଡ ଯୋଦ୍ଧା ଭାବେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 + eleven =