ବଲାସିଙ୍ଗା ଯାଇ ଅସହାୟଙ୍କୁ ଭେଟିଲେ ଅଧିକାରୀ

0 624

ବୈାଦ୍ଧ :ବୌଦ୍ଧ ବ୍ଲକ ବଲାସିଙ୍ଗା ଗ୍ରାମରେ ଗୋଟିଏ ବୃଦ୍ଧ ଦମ୍ପତ୍ତି କୌଣସି ସାମାଜିକ ଯୋଜନାର ହିତାଧିକାରୀନଥିବା ଓ ଅସହାୟ ଅବସ୍ଥାରେ ପଡିରହିଥିବା ଖବର ଆଜି ହୀରାଞ୍ଚଳରେ ପ୍ରକାଶ ପାଇଥିଲା । ଗଣମାଧ୍ୟମରୁ ଏ ସଂପର୍କରେ ଅବଗତ ହେବାପରେ ବୌଦ୍ଧବ୍ଲକ ଭାରପ୍ରାପ୍ତ ସାମାଜିକ ନିରାପତ୍ତା ଅଧିକାରୀ ସାନନ୍ଦ ସାହୁ ବଲାସିଙ୍ଗା ଯାଇ ବୃଦ୍ଧ ଦମ୍ପତ୍ତିଙ୍କୁ ତାଙ୍କ ଘରେ ଭେଟି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବହୁତ ଅଭାବ ଅସୁବିଧାରେ ରୁଗ୍‌ଣ ଶରୀର ନେଇ ଦାରିଦ୍ର‌୍ୟ ଅନାଟନ ମଧ୍ୟରେ ଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ଆବଶ୍ୟକ କାଗଜପତ୍ର କରି ସରକାରୀ ସହାୟତା ଯୋଗାଇ ଦେବେବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

hiring

ଶ୍ରୀ ସାହୁ କହିଛନ୍ତି ଯେ ଅସହାୟ ଦମ୍ପତ୍ତିଙ୍କ ଆଧାରକାର୍ଡର ଆବଶ୍ୟକ ଥିବାରୁ ଏମାନେ କୌଣସି ସାମାଜିକ ଯୋଜନାର ହିତାଧିକାରୀ ହୋଇପାରିନାହାନ୍ତି । ଲକ୍‌ଡାଉନ ପରେ ସେମାନଙ୍କର ଆଧାରକାର୍ଡ ପାଇଁ ସେ ବ୍ୟକ୍ତିଗତ ଭାବେ ଦାୟିତ୍ୱ ନେବେ ବୋଲି କହିଥିଲେ । ଅସହାୟ ଦମ୍ପତ୍ତିଙ୍କୁ ୧୫କି.ଗ୍ରା ଚାଉଳ ପ୍ରଦାନ କରିଥିଲେ । ମାଗଣା ରନ୍ଧାଖାଦ୍ୟ ପଞ୍ଚାୟତ ତରଫରୁ ଦିଆଯାଉଥିବା ସୂଚନା ଦେଇଥିଲେ । ପକ୍କା ବାସଗୃହ ନିର୍ମାଣ ପାଇଁ ତାଙ୍କ ନାମକୁ ତାଲିକାରେ ସଂଯୋଗ କରାଯାଇଛି ଓ କ୍ରମିକ ନମ୍ବର ଆସିଲେ ପାଇବେ ବୋଲି ଭାରପ୍ରାପ୍ତ ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ ପ୍ରକାଶ କରିଛନ୍ତି । ଦମ୍ପତ୍ତିଙ୍କ ନିକଟରେ ଥିବା ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିବାସହ ଆଧାରକାର୍ଡ ହେବାପରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 − seventeen =