ପାରଳାଖେମୁଣ୍ଡିରେ ଲକଡାଉନ ଉଲଂଘନ କରିବାରୁ 32 ଜଣଙ୍କୁ ଗିରଫ କରିଛି ପୋଲିସ

0 74

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇ ଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ୱେ ଲକ ଡାଉନ ଆଇନ ଉଲଘଂନ କରିବା ଅଭିଯୋଗରେ 32 ଜଣଙ୍କୁ ଗିରଫ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।ଏମାନଙ୍କୁ କ୍ୱାରେଣ୍ଟ।ଇନରେ ରଖିବା ପାଇଁ ପଠାଯାଇଛି।ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଙ୍କ ନେତୃତ୍ୱରେ ପୋଲିସ ଦଳ ପାରଳାଖେମୁଣ୍ଡିର ବିଭିନ୍ନ ଅଂଚଳରେ ଲକଡାଉନ ଆଇନକୁ ଉଲଂଘନ କରି ବିନା କାରଣରେ ପୃଥକ ପୃଥକ ଭାବେ ବାହାରେ ବୁଲୁଥିବା ବେଳେ 32 ଜଣଙ୍କୁ ଗିରଫ କରି ପାରଳା ଥାନା କେସ ନମ୍ବର 78 / 20 ମାମଲା ରୁଜ୍ଜୁ କରାଯାଇ କ୍ୱାରେଣ୍ଟ।ଇନ କୁ ପଠା ଯିବାର ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

13 − twelve =