ସାରା ରାଜ୍ୟରେ ଗଡୁନି ଘରୋଇ ବସ୍

0 71

ରାଜ୍ୟରେ ଗଡ଼ୁନି ବସ୍ । ହନ୍ତସନ୍ତ ହେଉଛନ୍ତି ଲୋକେ । ସବୁ ବସଷ୍ଟାଣ୍ଡରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । ଲୋକେ ଭାରି ଅସୁବିଧାର ଶିକାର ହେଉଛନ୍ତି । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଲୋକେ ଯାଇ ପାରୁ ନାହାନ୍ତି । ବସ ଷ୍ଟାଣ୍ଡରେ ମାଳମାଳ ବସ୍ ଅଛି ସତ ହେଲେ ସେଗୁଡିକ ସେମିତି ପଡ଼ିଛି । ବସ୍ ଧର୍ମଘଟ ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ । ଗତକାଲିଠୁ ପୂଜା ଛୁଟି ଆରମ୍ଭ ହୋଇଥିବା ବେଳେ ଲୋକେ ନିଜ ନିଜ ଘରକୁ ଯାଇପାରୁ ନାହାନ୍ତି । ସରକାରୀ ବସ୍ ଜାମ୍ ଥିବାରୁ ଲୋକେ ସେଥିରେ ବି ନିର୍ଭର କରି ପାରୁ ନାହାନ୍ତି । କେତେକ ଲୋକେ ଆଗୁଆ ଅନଲାଇନ୍ ଟିକେଟ କାଟି ଦେଇଥିବାରୁ ସରକାରୀ ବସରେ ଟିକେଟ ବି ସରିଗଲାଣି । ଲୋକେ ମେଡିକାଲ୍ ପାଇଁ ବି ନିଜେ ଅଟ ଭଡ଼ା କରି ଯାଉଛନ୍ତି । ତେବେ ଏହା ଏବେ ଉତ୍କଟ ସମସ୍ୟା ହୋଇ ଛିଡା ହୋଇଛି ।
ସେପଟେ ବାଲେଶ୍ବରରେ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଛନ୍ତି । ଯାତ୍ରୀ ଏବେ ବସଷ୍ଟାଣ୍ଡ ଛାଡ଼ି ରାସ୍ତାକଡ଼ରେ ଛିଡା ହୋଇ ଯିବା ପାଇଁ ସହାୟତା ମାଗୁଛନ୍ତି ।

hiring

ପଶ୍ଚିମ ଓଡ଼ିଶାରେ ବି ସମାନ ସ୍ଥିତି । ଲୋକେ ସମ୍ୱଲପୁରରୁ କୁଆଡେ ଯାଇପାରୁ ନାହାନ୍ତି । ଜିଲ୍ଲାରୁ ଯାଉଥିବା ଶତାଧିକ ବସ୍‌ ବନ୍ଦ ହେବାରୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ବି ସମାନ ସ୍ଥିତି ପରିଲଖିତ ହେଉଛି ।ରାତିରେ ବସ୍‌ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରେନ୍‌ରେ ଏବେ ଟିକେଟ୍ ମିଳୁନି ।
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆଜି ବସ୍ ଗଡୁନଥିବା ବେଳେ ସରକାରଙ୍କଠୁ ଲିଖିତ ପ୍ରତିଶୃତି ନ ମିଳିବାରୁ ଆନ୍ଦୋଳନ ପାଇଁ ସଜବାଜ କଲାଣି ଘରୋଇ ବସ୍ ମାଲିକ ସଂଘ । ତେବେ ସକାଳ ୬ଟାରୁ ଘରୋଇ ବସ୍ ଗଡ଼ିବା ବନ୍ଦ ରହିଥିବାବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଲୋକେ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସେମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 + eighteen =