ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦଶହରା ଭେଟି; ବଢିଲା ମହଙ୍ଗା ଭତ୍ତା

0 84

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟରେ ବଢିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି ।
ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି । ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ । ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ ।

hiranchal ad1
Leave A Reply

Your email address will not be published.

3 + seventeen =