ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍ ଡୋଜ୍ ଟିକାକରଣ

0 44

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍‌ ଡୋଜ୍‌ ଟିକାକରଣ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଛନ୍ତି । ଉଭୟ ଡୋଜ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ନେଇଛନ୍ତି । ସେହିପରି ପ୍ରାୟ ୩୨ ପ୍ରତିଶତ ଲୋକ ଉଭୟ ଡୋଜ ନେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ରହିଛି । ୨ୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ରହିଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ୍ୟ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ହୋଇଛି । ୩୫୪୦ ଗାଁରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଛି ।
ତେବେ ଯେଉଁମାନେ ୨ୟ ଡୋଜ ଟିକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି, ଫୋନ କରାଯାଇଛି । ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଉଛି । ସେହିପରି ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡି ଅଛି । ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ସଂକ୍ରମଣ ହୋଇଛି । ୨ୟ ଡୋଜ୍‌ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମଧ୍ୟ ମିଳୁଛି ।

hiranchal ad1
Leave A Reply

Your email address will not be published.

1 × two =