ଆସନ୍ତାକାଲି ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

0 119

ନୂଆଦିଲ୍ଲୀ: ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ ବଡ଼ ଘୋଷଣା କରିଛନ୍ତି। ସେ ଟିଏମସିରେ ମିଶିଥିବାରୁ ଏବେ ବିଧିବଦ୍ଧ ଭାବେ ବିଜେପିର ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ଆସନ୍ତାକାଲି ସେ ଦିଲ୍ଲୀ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିବେ। ଏହି ସମୟରେ ସେ ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ। ବାଚସ୍ପତି ଓମ ବିର୍ଲା ତାଙ୍କୁ ଭେଟିବା ପାଇଁ କାଲି ଦିନ ୧୧ଟା ବେଳେ ସମୟ ଦେଇଥିବାରୁ ଗୋଟିଏ ଟ୍ୱିଟରେ ବାବୁଲ ସୁପ୍ରିୟୋ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ବିଜେପି ଟିକେଟରେ ଜିତିଥିବା ବେଳେ ଦଳରେ ନାହିଁ। ତେଣୁ ବିଜେପି ସାଂସଦ ହିସାବରେ କୌଣସି ସ୍ଥାନ,ପଦ କିମ୍ବା ଦରମା ନେବା ଉଚିତ ନୁହେଁ। ତେଣୁ ଆସନ୍ତକାଲି ମୁଁ ବାଚସ୍ପତିଙ୍କୁ ଭେଟି ବିଜେପି ସାଂସଦ ପଦରୁ ଇସ୍ତଫା ଦେବି।”

hiranchal ad1
Leave A Reply

Your email address will not be published.

1 + 4 =