କେରଳରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଲା

0 38

ଥିରୁଅନନ୍ତପୁରମ: ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି। ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ଶୁକ୍ରବାର ଠାରୁ ସ୍ଥିତି ଜଟିଳ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି। କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଇଡୁକ୍କିରେ ୯ ଜଣ ଓ ଅଲଫୁଜା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ବର୍ଷା ବିତ୍ପାତର ସମୀକ୍ଷା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ କଥା ହୋଇ ସ୍ଥିତିର ଯାଞ୍ଚ କରିଥିବା ଟ୍ୱିଟ ଯୋଗ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ରାଜସ୍ୱ ମନ୍ତ୍ରୀ କେ ରାଜନ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଚାନକ ବର୍ଷା ପାଣି ମାଡ଼ି ଯିବାକୁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି। ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କେଉଁଠି କାର ଭାସି ଯାଇଥିବା ବେଳେ ଆଉ କେଉଁଠି ପାଣି ସୁଅରେ ଲୋକମାନେ ଭାସି ଯାଇଛନ୍ତି। କୋଟ୍ଟାୟାମ ଜିଲ୍ଲା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

hiranchal ad1
Leave A Reply

Your email address will not be published.

ten + 20 =