କୋଭିଡ୍ ସହାୟତା ରାଶି ; ବଦଲାଇଛି ଜୀବନ

0 159

ପାରଳାଖେମୁଣ୍ଡି : କରୋନା ମହାମାରୀର ଭୟାବହତା ମଧ୍ୟରେ ବେଶ୍ ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା ଓ ସେମାନଙ୍କ ଜୀବନଯାପନ l ଉଜୁଡ଼ି ଯାଇଛି ଅନେକଙ୍କ ସ୍ୱପ୍ନର ଇମାରତ୍ l ତଥାପି ହାର ମାନି ନାହାନ୍ତି ସୁବନିୟ ଶବର୍ ଏବଂ ସୁନ୍ତନି ଶବରଙ୍କ ପରି ଉଦ୍ୟମୀ ଲୋକମାନେ l
ଉଲ୍ଲେଖଯୋଗ୍ୟ , ଗତ ୨୦୧୮ ମସିହାରୁ ଗଜପତି ଜିଲ୍ଲାର ଗୁମ୍ମାବ୍ଲକ୍ ର କୁତାମ ଗାଁରେ ନନ୍ଦିନୀ ଶକ୍ତି ଦଳ ନାମକ ଏକ ସ୍ଵୟଂସହାୟିକା ଗୋଷ୍ଠୀର ସଦସ୍ୟା ସୁନ୍ତନି ଶବର ଏକ ତେଜରାତି ଦୋକାନ ଚଳାଇ ଆସୁଥିଲେ l ସୁନ୍ତନିଙ୍କ ସ୍ଵାମୀ ଦିବ୍ୟାଙ୍ଗ ହୋଇଥିବାରୁ ଉକ୍ତ ଦମ୍ପତି ତଥା ସମ୍ପୂର୍ଣ୍ଣ ପରିବାରର ଏକମାତ୍ର ରୋଜଗାରପନ୍ଥା ଥିଲା ଉକ୍ତ ଦୋକାନଟି l ନିଜ ସଞ୍ଚିତ ଅର୍ଥରାଶି ପଚିଶ ହଜାର ବିନିଯୋଗ କରି ସେମାନେ ଆରମ୍ଭ କରିଥିବା ଏହି ଦୋକାନରେ ସେମାନେ ବିଭିନ୍ନ ପ୍ରକାର ତେଜରାତି ସାମଗ୍ରୀ ସଂଗ୍ରହ କରି ରଖୁଥିଲେ ଏବଂ ଏହାକୁ ବିକ୍ରୟ କରୁଥିଲେ l ମାସିକ ଦୁଇହଜାର ଟଙ୍କା ପାଖାପାଖି ଲାଭ ମଧ୍ଯ କରୁଥିଲେ l ତେବେ କରୋନା ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଏବଂ ଅନ୍ୟାନ୍ୟ ନିୟମ ଆଦି ଯୋଗୁ ସେମାନେ ଦୋକାନରେ ବିକ୍ରି ପାଇଁ ଆବଶ୍ୟକୀୟ ଜିନିଷ ସବୁ ପାଇବାରେ , ଗମନାଗମନ ଆଦି କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଲେ l ପରିସ୍ଥିତି ଏପରି ହେଲା, କିଛି କ୍ଷଣ ପାଇଁ ସେମାନଙ୍କୁ ଦୋକାନ ବନ୍ଦ ମଧ୍ଯ କରିବାକୁ ପଡିଲା l ପ୍ରାୟ ଦଶହଜାର ଟଙ୍କାର କ୍ଷତି ମଧ୍ଯ ସେମାନେ ସହିଲେ l

hiring


ତେବେ ପରବର୍ତ୍ତୀ ସମୟରେ ସ୍ଵୟଂ ସହାୟିକା ଗୋଷ୍ଠୀର ଏକ କାର୍ଯ୍ୟକ୍ରମରେ ସୁନ୍ତନି କୋଭିଡ୍ କ୍ଷତିପୂରଣ ସହାୟତା (CAP) ସମ୍ବନ୍ଧରେ ଜାଣିବାକୁ ପାଇଲେ, ଯାହା ଓଡ଼ିଶା ଜୀବନଧାରଣ ମିଶନ (OLM) ମାଧ୍ୟମରେ ଦିଆଯାଉଥିଲା l ତାହାର ସହାୟତା ନେଇ ସେ CAP – 111 ରୁ ୩ ଡିସେମ୍ବର ୨୦୨୦ ମସିହାରେ ୨୦,୦୦୦ ଟଙ୍କାର ଋଣ ନେଲେ ଏବଂ ନିଜ ବ୍ୟବସାୟକୁ ପୁଣି ଚଳେଇବାରେ ଲାଗି ପଡିଲେ l ପରବର୍ତ୍ତୀ ସମୟରେ ମାତ୍ର ନଅ ମାସ ମଧ୍ୟରେ ହିଁ ୪ ଅଗଷ୍ଟ ୨୦୨୧ ସୁଦ୍ଧା ସେ ଉକ୍ତ ଋଣ ଫେରସ୍ତ କରିପାରିଲେ l ବର୍ତ୍ତମାନ ସମୟରେ ସେ ମାସକୁ ତିନିହଜାର ଟଙ୍କା ବିନିଯୋଗ କରି ଆରାମରେ ୩୫୦୦ ରୁ ୫୦୦୦ ଟଙ୍କା ଯାଏ ଲାଭ କରି ପାରୁଛନ୍ତି l ତାଙ୍କର ଏହି ବ୍ୟବସାୟ ଏପରି ଚାଲିଲେ ଆଗାମୀଦିନରେ ଏହାକୁ ସମ୍ପ୍ରସାରିତ କରିବା ପାଇଁ ସେ ଖୁବ୍ ଆଶାବାଦୀ ଅଛନ୍ତି l

hiranchal ad1
Leave A Reply

Your email address will not be published.

5 × two =