ମାତ୍ର ୪୦ ଦିନର କନ୍ୟାଶିଶୁ କୋଭିଡ ସଂକ୍ରମିତ

0 38

ଭରୋଦରା: ୪୦ ଦିନର କନ୍ୟାଶିଶୁ ଓ ମା’ କୋଭିଡ ସଂକ୍ରମିତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଗୁଜରାଟ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସେମାନଙ୍କୁ ଜାମନବାଇ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏସଏସଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଭଦୋଦରା ନବପୁରା ଅଞ୍ଚଳର ଉକ୍ତ ମା ଓ କନ୍ୟା ଆରଟିପିସିଆର ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ଚିକିତ୍ସା କରାଯାଇଥିଲା । ଉକ୍ତ କନ୍ୟା ଶିଶୁ ଡାଇରିଆ, ଡିହାଇଡ୍ରେସନରେ ପୀଡ଼ିତ । ତାର ମା’ ନିକଟରେ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିଲା ବୋଲି କହିଛନ୍ତି ଡାକ୍ତର ଶୀଲା ଆୟାର । କିଛିଦିନ ତଳେ ୮ ମାସର ଏକ ଶିଶୁ ବି କରୋନା ସଂକ୍ରମିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × 3 =