୫ଟି ସଚିବଙ୍କ ତାଳଚେର କୋଭିଡ୍‌-୧୯ ହସ୍ପିଟାଲ୍ ପରିଦର୍ଶନ

0 78

ସାଉଥବଲଣ୍ଡା:କୋରୋନା ଭୂତାଣୁର ମୁକାବିଲା କରିବା ପାଇଁ ତାଳଚେରସ୍ଥିତ ଏମ୍‌ସିଏଲ୍ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ ପରିସରରେ ନିର୍ମିତ କୋଭିଡ୍‌-୧୯ ହସ୍ପିଟାଲ୍‌ର ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ଏମ୍‌ସିଏଲ୍ ଓ ଭୂବନେଶ୍ୱର ସମ୍ ହସ୍ପିଟାଲର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ.ପାଣ୍ଡିୟାନ୍ ଓ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପଂହଚି ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଛଅଟି ଆସିୟୁ ସମେତ ୧୫୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨୦ ତାରିଖରେ ଭିଡିଓ କନଫରେନ୍‌ସ ମାଧ୍ୟମରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ,ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି,ଏସ୍‌ପି ଜଗମୋହନ ମୀନା,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ସିଡିଏମ୍‌ଓ ପ୍ରତାପ କୁମାର ବେହେରା,ସେଣ୍ଟ୍ରାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ବେହେରା,ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି.ବ୍ରହ୍ମପୁରକରଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ,ଡାକ୍ତର ଉପସ୍ଥିତ ଥିଲେ । ଅନୁଗୋଳ ଜିଲ୍ଲାବାସୀଙ୍କ ନିମନ୍ତେ ପ୍ରସ୍ତୁତ କୋଭିଡ୍‌-୧୯ ହସ୍ପିଟାଲ୍‌ର ପ୍ରସ୍ତୁତି କାର୍ଯ୍ୟ ନେଇ ଉଭୟ ବରିଷ୍ଠ ଅଧିକାରୀ ଏହି ଅବସରରେ ସନ୍ତୋଷବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + fifteen =