ପିଲାଙ୍କୁ ବହି ମିଳିବା ନେଇ ସନ୍ଦେହ : ଜିଲ୍ଲାରୁ ଫେରାର ମାରିଛନ୍ତି ଅନେକ ଶିକ୍ଷକ

0 815

ବୈାଦ୍ଧ: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅପ୍ରେଲମାସ ୨୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ଏ ସମସ୍ତ ଶ୍ରେଣୀର ପାଠ୍ୟପୁସ୍ତକ କ୍ଲଷ୍ଟର ସ୍ତରରେ ମହଜୁଦ ଅଛି । ହେଲେ କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ଏ କାର୍ଯ୍ୟ କରିବାପାଇଁ ସରକାରଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେବ ସେନେଇ ସନ୍ଦେହ ଦେଖାଦେଇଛି । ଆହୁରି ଏକ ରୋଚକ ତଥ୍ୟ ମିଳୁଛି ଯେ ବାହାର ଜିଲ୍ଲାରୁ ଆସି ବୌଦ୍ଧଜିଲ୍ଲାରେ ଶିକ୍ଷକତା କରୁଥିବା ଶତାଧିକ ଶିକ୍ଷକ ଲକଡାଉନର ସୁଯୋଗନେଇ ବୌଦ୍ଧଜିଲ୍ଲାରୁ ନିଜନିଜ ଜିଲ୍ଲାକୁ ଫେରାର ମାରିଛନ୍ତି । ଫେରାର ମାରିବା ତାଲିକାରେ ଅଧିକ ସଂଖ୍ୟକ ରହିଛନ୍ତି ହରଭଙ୍ଗା ବ୍ଲକର । କଟକ ଜିଲ୍ଲା ବଡମ୍ବା, ନରସିଂହପୁର ତଥା ପଡୋଶୀ ନୟାଗଡ ଜିଲ୍ଲା, କେନ୍ଦ୍ରପଡାର ଅନେକ ଶିକ୍ଷକ ବୌଦ୍ଧଜିଲ୍ଲାରେ କାର୍ଯ୍ୟକରୁଥିବା ଓ ଘରକୁ ଯିବାଆସିବା କରିବାରେ ହରଭଙ୍ଗା ବ୍ଲକ ପାଖ ହେଉଥିବାରୁ ଧରାକରା କରି ସେମାନେ ଏ ବ୍ଲକରେ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଏହିସମୟ ମଧ୍ୟରେ ସୁଯୋଗ ଉଣ୍ଡି ନିଜନିଜ ଘରକୁ ଚଂପଟ ମାରିଛନ୍ତି ।

hiring

କୌଣସି ସରକାରୀ କର୍ମଚାରୀ ହେଡକ୍ୱାର୍ଟର ଛାଡି ବାହାରକୁ ଗଲେ ନିଜନିଜ ଅଧିକାରୀମାନଙ୍କଠାରୁ ଅନୁମତି ନେଇ ଯିବାର ସରକାରୀ ନିୟମ ରହିଥିଲେ ମଧ୍ୟ ଏହି ଶିକ୍ଷକମାନେ ତାହା କରିନାହାନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିନା ଅନୁମତିରେ ଜିଲ୍ଲା ଛାଡି ଫେରାର ହୋଇଥିବା ଶିକ୍ଷକମାନେ କେବେ ଆସିବେ ଓ କ୍ଲଷ୍ଟରସ୍ତରରୁ ପାଠ୍ୟପୁସ୍ତକ ନେଇ ନିଜନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାଣ୍ଟିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଫଳରେ ପିଲାମାନେ ବହି ପାଇବାରୁ ବଞ୍ଚିତ ହେବା ସୁନିଶ୍ଚିତ ଓ ପାଠପଢାରେ ବ୍ୟାଘାତ ସୃଷ୍ଟିହେବା ନିଃସନ୍ଦେହ । ସିଆରସିସିମାନେ ଅପ୍ରେଲ ମାସର ଦରମା ପାଇଁ ଶିକ୍ଷକମାନଙ୍କ ଉପସ୍ଥାନ ବିବରଣୀ ଯଦି ସ୍ୱଚ୍ଛ ଭାବେ ପଠାଇବେ ତେବେ କେଉଁକେଉଁ ଶିକ୍ଷକ ଚଂପଟ ମାରିଛନ୍ତି ତାହା ନିଶ୍ଚିତ ଭାବେ ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି । ଶିକ୍ଷକ ଚଂପଟ ମାରିବା ଅଭିଯୋଗ ସଂପର୍କରେ ବିଇଓମାନେ କୌଣସି ମତାମତ ଦେବାପାଇଁ ଆଚରଣବିଧିରେ ବାରଣ ଥିବା କହୁଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳ ଏ ଅଭିଯୋଗ ସଂପର୍କରେ ତଦନ୍ତକରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

fourteen − 4 =