ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ଆଜି ପୁଣି ବାଲେଶ୍ୱରରୁ ୫ ପଜିଟିଭ ଚିହ୍ନଟ

0 152

ଭୁବନେଶ୍ୱର : ଦେଶରେ ବିଶ୍ୱ ମହାମାରୀ ବିଭୀଷିକା ଦେଖାଉଥିବା କୋଭିଡ-୧୯ କରୋନା ଓଡିଶାରେ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଉତ୍ତର ଓଡିଶାରେ ଏହା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସୋମବାର ସକାଳେ ବାଲେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମସ୍ତେ ବାଲେଶ୍ୱର କଣ୍ଟେନମେଣ୍ଟ ଜୋନରୁ ବୋଲି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ମହିଳା ୪ଜଣଙ୍କର ବୟସ ଯଥାକ୍ରମେ ୨୨,୨୩,୨୯,୫୫ ଏବଂ ପୁରୁଷଙ୍କ ବୟସ ୨୭ ବର୍ଷ । ନୂଆ ୫ ପଜିଟିଭଙ୍କୁ ମିିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ବିଭାଗ ପକ୍ଷରୁ ଟ୍ରାଭେଲ୍ସ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏଥିରୁ ସକ୍ରିୟ ୭୨ଜଣ ରୋଗୀ ରହିଥିବାବେଳେ ୩୫ଜଣ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × three =