ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ

0 1,226

ବୌଦ୍ଧ : ଆଜି ଭୋର୍ ସମୟରେ ବିଷଧର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତର ବଡଗୋଛାପଡା ଗ୍ରାମର ନଇବାଲୀ ସାହୁ (୬୨ବର୍ଷ) । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ୩ଘଣ୍ଟା ସମୟରେ ଚାଳରୁ ଗଳିଥିବା ବର୍ଷାଜଳକୁ ଫିଙ୍ଗୁଥିବାବେଳେ ତାଙ୍କ ଗୋଡକୁ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତିକରିଥିଲେ । କିନ୍ତୁ ଡାକ୍ତର ନଈବାଲୀଙ୍କୁ ମୃତ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − nine =