ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର

0 907

ବୌଦ୍ଧ: ରବିବାର ବିଳମ୍ବିତ ରାତ୍ରିରେ ଏକ ରୋଷେଇ ଗ୍ୟାସ ଟାଙ୍କିରେ ନିଆଁଲାଗି ଫାଟିଯିବା ଫଳରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଭସ୍ମିଭୂତ ହୋଇଯିବାସହ ୨ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଦୁଃଖଦ ଘଟଣାଘଟିଛି ବୌଦ୍ଧଥାନା ଅନ୍ତର୍ଗତ ବୀରନରସିଂହପୁର ପଞ୍ଚାୟତର ମହାକୁଡପାଲି ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ ମହାକୁଡପାଲି ଗ୍ରାମର କେଶବ ମେହେରଙ୍କ ଘରେ ଲୁଣ ସେକ ଦେବାପାଇଁ ରୋଷେଇ ଗ୍ୟାସଚୁଲା ଜାଳି ଗରମ କରୁଥିବାବେଳେ ଗ୍ୟାସ ପାଇପରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ପାଇପରୁ ନିଆଁ ଟାଙ୍କି ପାଖରେ ପହଞ୍ଚିବା ପରେ ବହୁତ ଜୋରରେ ଜଳିଥିଲା ।

hiring

ପାଟିତୁଣ୍ଡ ଶୁଣି ପଡୋଶୀମାନେ ଆସି ଜଳନ୍ତା ଗ୍ୟାସ ଟାଙ୍କିକୁ ବାହାରକୁ ଆଣୁଥିବାବେଳେ ଘରଭିତରେ ଟାଙ୍କିଟି ଫାଟି ଯାଇଥିଲା । ଫଳରେ ପଡୋଶୀ ରମେଶ ମେହେରଙ୍କ ଦେହରେ ନିଆଁଲାଗି ଗୋଟିଏ ଗୋଡ ପୋଡି ଯାଇଥିଲା । ଟାଙ୍କି ଫାଟିଯିବାପରେ କେଶବ ମେହେରଙ୍କ ୩ବଖରା ଚାଳଛପର ଘର ଜଳି ପାଉଁଶ ହୋଇଯାଇଥିଲା । ଚାଳରୁ ନିଆଁଲିଭାଇବାକୁ ଚେଷ୍ଟା କରୁଥିବାବେଳେ ଛାତରୁ ପଡିଯାଇ ଗ୍ରାମର ତୀର୍ଥ ମେହେରଙ୍କ ଗୋଡ ଭାଙ୍ଗି ଯାଇଥିଲା । ଉଭୟ ଆହତଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ବୌଦ୍ଧରୁ ଦମକଳ ବାହିନୀ ଯାଇ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ କେଶବ ମେହେରଙ୍କ ଲକ୍ଷାଧିକ ଟଙ୍କାର ଖାଦ୍ୟଶସ୍ୟ, ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିଯାଇଥିବା ଜଣାପଡିଛି । ଆଜିସକାଳେ ବୀରନରସିଂହପୁର ରାଜସ୍ୱ ନୀରିକ୍ଷକ ଗାଆଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ପ୍ରକାଶ ।

hiranchal ad1
Leave A Reply

Your email address will not be published.

ten − one =