ଜଷ୍ଟିସ ମହମ୍ମଦ ରଫିକ୍ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ

0 119

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜଷ୍ଟିସ ରଫିକଙ୍କୁ ପ୍ରଶାସନିକ ଶପଥ କରାଇଛନ୍ତି । ଏ ନେଇ ଆଜି ଲୋକସେବା ଭବନରେ ଏକ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ ରଫିକ ଏହା ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =