ଭଲ ନିଦ୍ରା ପାଇଁ ଏହି କାମ କରନ୍ତୁ, ମିଳିବ ଫାଇଦା

0 192

ସୁସ୍ଥ ଶରୀର ପାଇଁ ଭଲ ନିଦ୍ରା ନିତାନ୍ତ ଆବଶ୍ୟକ । ହେଲେ ଆଜିର ବ୍ୟସ୍ତବହୁଳ ଏବଂ ଅବସାଦଗ୍ରସ୍ତ ଜୀବନରେ ଏହି ନିଦ ସ୍ୱପ୍ନ । ଯାହାର ଏବେ ଆଉ ଟେନ୍‌ସନ୍ ନେବାର ଆବଶ୍ୟକ ନାହିଁ । କାରଣ ଆସିଯାଇଛି ଏମିତି ଏକ ସୁନ୍ଦର ଉପାୟ ଯାହାକୁ ଆପଣେଇ ଆପଣ ଶୋଇବେ ଚିନ୍ତାମୁକ୍ତ ନିଦ । ସାଉଣ୍ଡ ଆଜ୍‌ସ୍ଲିପ୍‌ର ଲେଖକ ଏବଂ ଏଡ଼ିନ୍‌ବର୍ଗ ସ୍ଲିପ୍ ସେଂଟରର ନିର୍ଦ୍ଦେଶକ ମିଳିତଭାବେ ଏହି ଉପାୟକୁ ଉଦ୍ଭାବନ କରିଛନ୍ତି । ସେମାନଙ୍କ କହିବା ମୁତାବକ ଫ୍ରିଜ୍‌ରେ ରଖାଯାଇଥିବା ତକିଆକୁ ଶୋଇବାବେଳେ ବ୍ୟବହାର କଲେ ଭଲ ନିଦ୍ରା ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଗରମ ଏବଂ ଗୁଳୁଗୁଳି ସମୟରେ ଶାନ୍ତିରେ ଶୋଇବାକୁ ଇଚ୍ଛାକରେ । ହେଲେ ଏହା ସମ୍ଭବ ହୋଇନଥାଏ । ଗରମ ଦିନରେ କୁଲର୍ ଏବଂ ଏସିର ବ୍ୟବହାରରେ ମଧ୍ୟ ନିଦ ଭଲ ହୋଇନଥାଏ । ତା’ହେଲେ ଏସମୟରେ କାହିଁକି ନା ଆମେ ଏହି ଉତମ ଉପାୟଟିକୁ ଉପଯୋଗ ନ କରିବା? ଆପଣ ଯେଉଁ ଗଦି ଏବଂ ତକିଆ ଶୋଇବା ପାଇଁ ବ୍ୟବହାର କରୁଛନ୍ତି, ତାହା ଯେପରି ଲାଇଲନ୍ କିମ୍ବା ଅନ୍ୟ କୌଣସି କପଡ଼ା ନହୋଇଥାଏ । କେବଳ କଟନ୍ କପଡ଼ାର ଗଦି ତକିଆ କଭର୍ କିଣନ୍ତୁ । ଏଥିରେ ଶୋଇବାଦ୍ୱାରା ଆରାମ ଅନୁଭୂତ ହୋଇଥାଏ । ହେଲେ ଶୋଇବା ପୂର୍ବରୁ କିଛି ସମୟ ପାଇଁ ତକିଆକୁ ଫ୍ରିଜ୍‌ରେ ରଖିଦିଅନ୍ତୁ । ଶୋଇବା ସମୟରେ ଏହାକୁ ଆଣି ଆରାମରେ ଶୁଅନ୍ତୁ । ଦେଖିବେ ଯେତେ ଗରମ କିମ୍ବା ଗୁଳୁଗୁଳି ହେଲେ ମଧ୍ୟ ଏହା ଆପଣଙ୍କୁ ଶାନ୍ତିରେ ଶୋଇବାରେ ସହାୟ ହେବ । ଶୋଇବାବେଳେ ମନେରଖନ୍ତୁ କଟନ୍‌ର ହାଲ୍‌କା କପଡ଼ା ବ୍ୟବହାର କରିବେ । ଏହାଦ୍ୱାରା ଶରୀରରେ ଏୟାର୍ ସର୍କ୍ୟୁଲେସନ୍ ଭଲ ହୋଇଥାଏ । ଯାହା ଫଳରେ ନିଦ ଭଲ ହୋଇଥାଏ । ଦେଖିବେ ଯେତେବେଳେ ନିଦ ଭଲ ହେବ ଶୋଇ ଉଠିବା ପରେ ଆପଣ ସୁସ୍ଥ ଅନୁଭବ କରିବେ । ତା’ହେଲେ କେବେଠାରୁ ବ୍ୟବହାର କରୁଛନ୍ତି ଏହି ଚିନ୍ତାମୁକ୍ତ ନିଦରେ ଶୋଇବାର ଉପାୟ?

hiranchal ad1
Leave A Reply

Your email address will not be published.

two × 4 =