ତାଲାବନ୍ଦ ପାଇଁ ସମସ୍ୟାରେ ବୁଣାକାର ପରିବାର, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

0 254

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭରତବାହାଲ ଗ୍ରାମରେ ୧୬ ଟି ବୁଣାକାର ପରିବାର କାହିଁ କାଳରୁ ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି।ବର୍ତ୍ତମାନ କୋରନା ମହାମାରୀ ସଂକ୍ରମିତ ବୃଦ୍ଧି କୁ ରୋକିବା ପାଇଁ ସାରାଦେଶରେ ଲକ ଡାଉନ ଜାରି ହୋଇ ଥିବାବେଳେ ଏଥିପାଇଁ ବୁଣାକାର ମାନେ କଞ୍ଚାମାଲ ସଂଗ୍ରହ ଓ ବିକ୍ରିନେଇ ଅସୁବିଧାରେ ପଡି ଯାଇଛନ୍ତି । ପରିବାରରେ ପରିସ୍ଥିତି ଏପରି ହୋଇଛି ଯେ ଦୁଇଓଲି ଖାଇବା ପାଇଁ ବହୁ କଷ୍ଟରେ ପରିବାର ଚଳାଇବାକୁ ହେଉଛି ।

hiring

ବଜାରରୁ ଏମାନେ ସୁତା ଆଣିଲା ପରେ ପରିବାର ର ସମସ୍ତେ ମିଶି ଲୁଗା ବୁଣିଥାନ୍ତି,କିନ୍ତୁ ବର୍ତ୍ତମାନ ସାପ୍ତାହିକ ବଜାର ରେ ବିକ୍ରୀ କରିବା ବନ୍ଦ ହେବାରୁ ବୁଣିଥିବା ସାମଗ୍ରୀ ଘରେ ପଡି ରହିଛି । ଏଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗାଁର ହର୍ଷ ମେହେର, ହରେକୃଷ୍ଣ ମେହେର, ଉପେନ୍ଦ୍ର ମେହେର, ହୃଷୀକେଶ ମେହେର, ତ୍ରିଲୋଚନ ମେହେର, ଗଣେଶ ମେହେର ହୁମେର ମେହେର, ପ୍ରକାଶ ମେହେର,ମଧୁସୂଦନ ମେହେର, ଧୀର ମେହେର, ପୂରଣ ମେହେର, ରୋହିତ ମେହେର, ଝକ୍ରୁ ମେହେର,ବସନ୍ତ ମେହେର, ଚତୁରୀ ମେହେର, ଲିଙ୍ଗରାଜ ମେହେର ପ୍ରମୁଖ ସମସ୍ତ ବୁଣାକାର ପରିବାର ପକ୍ଷରୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × three =