ଚୁଡାନ୍ତ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ପ୍ରସ୍ତୁତି : ମହାନଗର ଅନ୍ତର୍ଗତ ଘରେ ଘରେ ସର୍ଭେ କାର୍ଯ୍ୟ ଆରମ୍ଭ

0 106

ସମ୍ବଲପୁର: ସମ୍ବଲପୁର କୋଭିଡ ହସ୍ପିଟାଲ ରୁପାନ୍ତରଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଦିନେ ଦୁଇଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । ଗତ ବୁଧବାର ଦିନ ଏହାର ନିର୍ମାଣକାର୍ଯ୍ୟ ତଦାରଖ ଓ ସମୀକ୍ଷା ପାଇଁ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଆସି ଆହୁରି କିଛି କାର୍ଯ୍ୟ ଯଥାଶୀଘ୍ର ସଂପାଦନ ପାଇଁ ତାଗିଦ କରିଥିଲେ । ଏଠାରେ ୨୦ଟି ଆଇସିୟୁ ଶଯ୍ୟା ଓ ୧୨ଟି ସେମି ଆଇସିୟୁ ଶଯ୍ୟା ସହିତ ୨୦୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ହସ୍ଟିଟାଲର ସମସ୍ତ ୩୦ଟା ଯାକ କେବିନକୁ ବାତାନୁକୁଳିତ କରାଯାଇଛି । ହସ୍ପିଟାଲର ସବୁ ଶଯ୍ୟା ପାଖରେ ପାଇପ ଯୋଗେ ଅକ୍ସିଜେନ ପହଞ୍ଚିପାରିବ ତଥା ରୋଗୀଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ସକାଶେ ପ୍ରତି ଘଣ୍ଟା ୩୦୦ ଲିଟର କ୍ଷମତା ସଂପନ୍ନ ଏକ ଆରଓ ପ୍ଲାଣ୍ଟ ସ୍ଥାପିତ କରାଯାଇଛି । ଇତିମଧ୍ୟରେ ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନଙ୍କୁ କୋଭିଡ ହସ୍ପିଟାଲ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ଏହାବ୍ୟତୀତ ୧୦ଜଣ ଡାକ୍ତରଙ୍କୁ ବିଶେଷ କୋଭିଡ ତାଲିମ ପାଇଁ କଟକ ବଡ ହସ୍ପିଟାଲକୁ ପଠାଯାଇଛି । କୋଭିଡ ସର୍ଭେ ଅନୁସାରେ ପ୍ରତ୍ୟେକ ଘରେ ପହଞ୍ଚି ତଥ୍ୟ ସଂଗ୍ରହ ପାଇଁ ଅଙ୍ଗନୱାଡି କର୍ମୀ ଓ ଆଶା ଦିଦିମାନଙ୍କ ସହିତ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପ୍ରଶିକ୍ଷିତ କରାଯାଇଛି । ସେମାନେ ଆଜିଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେମାନଙ୍କ ଦାୟିତ୍ୱ ହେଲା ପ୍ରତ୍ୟେକ ଘରେ କେତେ ଜଣ ରହୁଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ଓ କିଏ କିଏ ଗତ ମାର୍ଚ୍ଚ ୧୦ ପରେ ବାହାରୁ ଯାତ୍ରା କରି ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =