ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋରମାନଙ୍କୁ କୋଭିଡ ଟିକାକରଣ ଶୁଭାରମ୍ଭ

0 60

ପୁରୀ : ଜିଲ୍ଲରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ ସେମାନଙ୍କୁ କୋଭାକ୍ସିନ ଟିକା ପ୍ରଦାନ କରାଯାଉଛି । ଆସନ୍ତା ଏକ ମାସ ମଧ୍ୟରେ ଏହି ବୟସ ବର୍ଗର ସମସ୍ତଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି । ଆଜି ପାଇ ଅନଲାଇନରେ ୪ ହଜାର ୩ ଶହ ଜଣଙ୍କ ପାଇଁ ସ୍ଲଟ ବୁକିଂର ବ୍ୟବସ୍ଥା ଥିବା ବେଳେ ତିନି ହଜାର ୩୬୮ ଜଣ ଟିକା ନେଇଥିବା ଜଣାପଡିଛି । ଉଭୟ ଅନଲାଇନ ସ୍ଲଟ ବୁକିଂ କରିଥିବା କିମ୍ବା ସିଧାସଳଖ ଭାବେ ଟିକାକରଣ କେନ୍ଦ୍ରକୁ ଆସୁଥିବା କିଶୋରମାନଙ୍କୁ ମଧ୍ୟ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି । ଟିକାକରଣ କେନ୍ଦ୍ରକୁ ଆଧାର କାର୍ଡ କିମ୍ବା ବିଦ୍ୟାଳୟ ପରିଚୟ ପତ୍ର ଆଣିବାକୁ କିଶୋରମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାଥମିକ ଭାବେ ଜିଲ୍ଲାର ୧୧ଟି ବ୍ଲକ ସହ ପୁରୀ ସହରର କମଳାଦେବୀ ମାତୃମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ର, ଚନ୍ଦନ ହଜୁରୀ ଓ ସ୍ୱର୍ଗଦ୍ୱାର ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଅଭିଯାନ ସହାୟତାରେ ଏହି ବର୍ଗରେ ଶତ ପ୍ରତିଶତ ଟିକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମ୍‌ ଟି. ନାରାୟଣ ରାଓ, ଡିଡିଏମ୍‌ ସୁଦାମ ମହାରଣା, ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 + 14 =