ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ; ଝୁଲାପୋଲ ଉପରେ ଚଢ଼ି ଦେଖାଇଲେ ବିପଦଜନକ ଷ୍ଟଣ୍ଟ, ଦେଖନ୍ତୁ ଭିଡିଓ

0 226

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୁଟିକିଆ ଝୁଲା ପୋଲ ଉପରେ ଦୁଇଜଣ ମଦ୍ୟପ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ଗତକାଲି ବାଲିଗୁଡ଼ା ଠାରୁ ୧୦ କିଲୋମିଟର ଦୂରରେ ଥିବା କୁଟିକିଆ ନିକଟସ୍ଥ ଖଡ଼ଗ ନଦୀ ଉପରେ ହୋଇଥିବା ଝୁଲା ପୋଲ ନିକଟରେ ବଣ ଭୋଜି ପାଇଁ ପ୍ରବଳ ଭିଡ଼ ଲାଗିଥିଲା ।

hiring

ସେହି ସମୟରେ ଝୁଲାପୋଲ ଉପରକୁ ଚଢ଼ିଯାଇ ଦୁଇଜଣ ଯୁବକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଭିଡିଓ ଭାଏରାଲ ହେଉଛି । ତେବେ ସେହି ଦୁଇ ଯୁବକ କିଏ ଏବଂ କାହିଁକି ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥଲେତାହା ତଦନ୍ତ ହେବା ଆବଶ୍ୟକ । ଅନ୍ୟପଟେ ଯୁବକ ଜଣକ ଝୁଲା ପୋଲ ଭଲ ଭାବେ ନିର୍ମାଣ କରିବାକୁ ଦାବି କରୁଥିବା ଭିଡିଓରେ କହୁଥିବା ବେଳେ ନିର୍ମାଣ ନ ହେଲେ ଝୁଲା ପୋଲରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

twenty − one =