ସଂସ୍କୃତି ଆମର ପରିଚୟ ,ଏଣୁ ସଂଗ୍ରହାଳୟର ସୁରକ୍ଷା ଆମର ଦାୟିତ୍ୱ – ଜିଲ୍ଲାପାଳ

0 238

ବୌଦ୍ଧ,୩୧ା୧୨ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ଡିଜିଟାଲ ଡିପୋଜିଟୋରୀ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଂଗ୍ରହାଳୟର ପରିଚାଳନା, ରକ୍ଷଣାବେକ୍ଷଣ , କର୍ମଚାରୀଙ୍କ ବେତନ, ବୌଦ୍ଧର ଇତିହାସ ଭୀମଭୋଇ, ପାତାଳୀ ଶ୍ରୀଜଗନ୍ନାଥ, ବୁଦ୍ଧଦେବ ଓ ମା ଭୈରବୀଙ୍କ ବିଷୟରେ ଏକ ସଂକ୍ଷିପ୍ତ ଲେଖା, ବିଭିନ୍ନ ଲୁକ୍କାୟିତ ପ୍ରାମାଣିକ ତଥ୍ୟ ସଂଗ୍ରହ ତଥା ଲେଖା, ଲେଖକମାନଙ୍କ ଠାରୁ ସଂଗ୍ରହ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ସଂଗ୍ରହାଳୟର ଗୁରୁତ୍ୱ ବୃଦ୍ଧି , ପ୍ରଚାର ପ୍ରସାର ଓ ଆକର୍ଷଣୀୟ କରିବାପାଇଁ ବୈଠକରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରାଯାଇଥିଲା । ସଂଗ୍ରହାଳୟର ସମସ୍ତ ପ୍ରକୋଷ୍ଠରେ ଥିବା ସାମଗ୍ରୀ ଗୁଡିକର ନାମ ଓଡିଆ ଓ ଇଂରାଜୀରେ ଲେଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଫଳରେ ବିନା ଗାଇଡରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସଂଗ୍ରହାଳୟ ବୁଲିବା ସହିତ ପ୍ରଦର୍ଶିତ ସାମଗ୍ରୀଗୁଡିକ ସଂପର୍କରେ ସହଜରେ ଜାଣିପାରିବେ ।

hiring

ଏଥିପାଇଁ ତିନିଜଣିଆ ସଦସ୍ୟଙ୍କୁ ନେଇ ତିନୋଟି ଟିମ ଗଠନ ସହିତ ଆଗାମୀ ୫ ତାରିଖରେ ସମସ୍ତ ସଦସ୍ୟ ସଂଗ୍ରହାଳୟରେ ଉପସ୍ଥିତ ରହିବାପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସଂସ୍କୃତି ଆମର ପରିଚୟ ଏଣୁ ସଂଗ୍ରହାଳୟର ସୁରକ୍ଷା ଆମର ଦାୟିତ୍ୱ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଡିଜିଟାଲ ଡିପୋଜିଟେରୀ ବୈଠକରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମକୁ ସେମାନଙ୍କ ଅବଦାନ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ସଂଗ୍ରହାଳୟରେ ରଖାଯିବା ସହିତ ଅଞ୍ଚଳର ନୃତ୍ୟ, ସଙ୍ଗୀତ, ଚାଲିଚଳଣି,ଐତିହ୍ୟ, ପରମ୍ପରା, ସଂସ୍କୃତି ଇତ୍ୟାଦିକୁ ଡିଜିଟାଲ ମାଧ୍ୟମରେ ସଂଗ୍ରହାଳୟରେ ସଂରକ୍ଷିତ ରଖିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ଏଥିସହିତ ବୈଠକରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର,କଳାକାର ଭତ୍ତା ସଂପର୍କରେ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହି ବୈଠକକୁ ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ତହସିଲଦାର ଅବିନାଶ ପାଣ୍ଡିଆ, ନିଜାରତ ଅଧିକାରୀ ବିଜୟ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର ରାଉତ, ସଦସ୍ୟ ନୀଳଲୋହିତ ମହାପାତ୍ର, ହରିହର ପ୍ରଧାନ ଓ ସେକ୍ସନ ଅଧିକାରୀ ମାନସ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 16 =