ଦଶପଲ୍ଲାରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରର ଶୁଭାରମ୍ଭ

0 50

ଦଶପଲ୍ଲା : ଦୀର୍ଘ ୬ବର୍ଷ ପ୍ରତିକ୍ଷା ପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍‌ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ୭ କୋଟି ୮୭ ଲକ୍ଷ ୭୯ ହଜାର ୬ଶହ ଟଙ୍କାର ଏହି ପ୍ରକଳ୍ପ ବିନିମୟରେ ୪ ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ ହେବା ସାଙ୍ଗକୁ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଉକ୍ତ କାର୍ଯ୍ୟ ପରିଚାଳନା କରିବ । ତେବେ ଭିତ୍ତିପ୍ରସ୍ତର ୬ବର୍ଷ ପୂର୍ବେ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ଜମି ଅଧୂଗ୍ରହଣ ଓ ଠିକା ପ୍ରସ୍ତାବରେ ତୃଟିଥିବା ଦର୍ଶାଇ ନ୍ୟାୟାଳୟରେ ମାମଲା ଯୋଗୁଁ ବିଳମ୍ବ ଘଟିଥିଲା । ଏହା ସମାଧାନ ହେବା ପରେ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ନଡିଆ ବାଡେଇ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକିଶୋର ସାହୁ, ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ , ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − 1 =