ଆଜି ପବିତ୍ର ଶାମ୍ବ ଦଶମୀ, ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ

0 65

କୋଣାର୍କ : ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ । ସୂର୍ଯ୍ୟ ଉପାସକ ମାନେ ପ୍ରାତଃ ସମୟରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ । କୋଭିଡ କଟକଣା ଯୋଗୁଁ ଚନ୍ଦ୍ରଭଗା ଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଥିବା ବେଳେ ଆଜି ସୂର୍ଯ୍ୟୋଦୟରେ ଭକ୍ତ ଦର୍ଶନ ଦେଇଥିଲେ । ଏହି ତିଥିରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ଠାରେ ପହଂଚି ଥିଲା । କାହିଁ କେଉଁ କାଳରୁ ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ । ଆଜି ଓଡ଼ିଶାର ସମସ୍ତ ପୁରପଲ୍ଲୀରେ ଏହି ପରମ୍ପରା ଆଜିର ଦିନରେ ପାଳିତ କରାଯାଇଥାଏ । ଏପଟେ ପୃଥିବୀରୁ କିପରି କରୋନା ଓ ଓମିକ୍ରନ ଚାଲିଯାଉ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ।
ପରମ୍ପରା ଅନୁଯାୟୀ ଶମ୍ବାଦଶମୀ ଆଜି ତିଥିରେ କୋଣାର୍କ ଅବଧୂତ ମଠଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ ।
ସେଠାରେ ୨୭ଦିନ ରଖାଯାଇ ଗ୍ରହ ନକ୍ଷେତ୍ରଙ୍କୁ ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ । କୋଭିଡ କଟକଣା ରେ ସୂର୍ଯ୍ୟ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ । ତେବେ ଆଜି ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁକ୍ଳ ଛାଡ଼ ଥିବାରୁ ସୂର୍ଯ୍ୟ ମନ୍ଦିର ମଧ୍ୟରେ ବେଶ ପର୍ଯ୍ୟଟକ ଭିଡ ଦେଖିବା ମିଳିଥିଲା ।

hiranchal ad1
Leave A Reply

Your email address will not be published.

fourteen − one =