ଶାଳକାଠ ଜବତ୍‌ କଲା ବନ ବିଭାଗ

0 429

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଂଚଳ ଟାକରା ଫରେଷ୍ଟ ବିଟ୍‌ ଅଧିନସ୍ଥ ଦୁର୍ଗାପ୍ରସାଦ ଖଳିଦୁମ ନିକଟରୁ ୫ ଗୋଟି ଶାଳ ଲଗ୍‌ ଜବତ କରିଛି ଦଶପଲ୍ଲା ବନ ବିଭାଗ । ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଦିନ ୧ଘଟିକା ସମୟେ ସଦଳବଳେ ଚଢ଼ଓ କରିବା ସମୟରେ କାଠ ମାଫିଆମାନେ ଚତୁରତାର ସହିତ ଖସି ଯାଇଥିଲେ । ଏହି ଚଢ଼ଓରେ ଟାକରା ଫରେଷ୍ଟର୍‌ ବିଜୟ କୁମାର ପ୍ରଧାନ, ଫରେଷ୍ଟର୍‌ ଗାର୍ଡ଼ ଅବିନାଶ ସେନାପତିଙ୍କ ସମେତ ଅନ୍ୟ କର୍ମଚାରୀ ଚଢଉରେ ସାମିଲ ହୋଇଥିଲେ । ବନାଂଚଳ ଅଧିକାରୀଙ୍କ ସୂଚନା ଅନୁସାରେ ଜବତ୍‌ କାଠର ମୂଲ୍ୟ ୫୦ ୦୦୦ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

seventeen − ten =