ସରିଲା ଚତୁର୍ଥ ଦିନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

0 207

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଚତୁର୍ଥ ଦିନରେ ମୋଟ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ମୋଟ ୧୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧ ନଂ ଜୋନ୍‌ ପାଇଁ ମୀରା ନାୟକ,୨ ନଂ ଜୋନ୍‌ ପାଇଁ ସୁବାଷ ମଳିକ,୫ ନଂ ଜୋନ୍‌ ପାଇଁ ସତ୍ୟଭାମା ପ୍ରଧାନ,୬ ନଂ ଜୋନ୍‌ ପାଇଁ ରଞ୍ଜନା ନାୟକ,୭ ନଂ ଜୋନ୍‌ ୍‌ ପାଇଁ ଅଞ୍ଜଳି ଦଳବେହେରା,୮ ନଂ ଜୋନ୍‌ ପାଇଁ ନମିତା କହଁର,୯ ନଂ ଜୋନ୍‌ ୍‌ ପାଇଁ ନାରାୟଣ ପାତ୍ର,୧୦ ନଂ ଜୋନ୍‌ ୍‌ ପାଇଁ ଅର୍ଚ୍ଚନା ପ୍ରଧାନ,୧୧ ନଂ ଜୋନ୍‌ ପାଇଁ ଫିଲିପ ବେହେରା ପାତ୍ର,୧୫ ନଂ ଜୋନ୍‌ ପାଇଁ ଆନନ୍ଦ କହଁର,୧୬ ନଂ ଜୋନ୍‌ ପାଇଁ ନେତ୍ର ମାନସେଠ୍‌ ଓ ୧୮ ନଂ ଜୋନ୍‌ ପାଇଁ ଝୁଲିମା ଦଳବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ପକ୍ଷରୁ ୬ ନଂ ଯୋନ୍‌ ପାଇଁ ମମତା ରାଣୀ ବେହେରା ଓ ୯ ନଂ ଯୋନ୍‌ ପାଇଁ ନବୀନ ପାତ୍ର ଦୁଇଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହିତ ୧୭ ନଂ ଯୋନ୍‌ ପାଇଁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଅଗସ୍ଥିନ୍‌ ଦିଗାଳ ନାମକ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଅର୍ଥାତ୍‌ ଶେଷ ଦିନରେ ବଳକା ଥିବା ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ନେଇ ସୂଚନା ମିଳିଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜଣେ ମଧ୍ୟ ପ୍ରାର୍ଥୀ ଏଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

five + 16 =