ଭୋକିଲା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ

0 418

ସମ୍ବଲପୁର : ସବୁଆଡେ ଲକଡାଉନ କଡାକଡି ଭାବେ ପାଳନ କରା ଯାଉ ଥିବାରୁ ଅନେକ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ଓ ସେମାନେ ଭୋକ ଉପାସ ରେ ଅସହାୟ ପଡି ରହିଛନ୍ତି । ଏପରି ଅସହାୟ ଲୋକଙ୍କ ପାଖକୁ ଭୋଛନ ପହଞ୍ଚାଇବା ପାଇଁ ପ୍ରଶାସନ ସହିତ କିଛି ସ୍ବେଚ୍ଛାସେବୀ ଆଗେଇ ଆସିଛନ୍ତି । ସମ୍ବଲପୁର ନଗର ନିଗମ ପକ୍ଷରୁ ଗତକାଲି ୨୫୦ ଜଣଙ୍କୁ ମଧ୍ଯାହ୍ନ ଭୋଜନ ଓ ୨୦୦ ଜଣଙ୍କୁ ରାତ୍ରି ଭୋଜନ ଦିଆଯାଇଛି । ଏଥିପାଇଁ ସବୁପ୍ରକାର ସ୍ବଚ୍ଛତା ଅବଲମ୍ବନ କରି ଏକ ଆହାର କେନ୍ଦ୍ର ରେ ରନ୍ଧାଖାଦ୍ଯ ପ୍ରସ୍ତୁତ କରାଯାଉଛି । ସ୍ବେଚ୍ଛାସେବୀ ମାନେ ଯଥା ସମ୍ଭବ ପ୍ଯାକେଟ ଜରିଆରେ ଲୋକଙ୍କ ପାଖକୁ ରନ୍ଧାଖାଦ୍ଯ ପହଞ୍ଚାଉଛନ୍ତି । ଏହା ସହିତ କିଛି ସ୍ଥାନକୁ ଯଥେଷ୍ଟ ରନ୍ଧାଖାଦ୍ଯ ନେଇ ସେଠାରେ ଲୋକଙ୍କ ମଧ୍ୟରେ ତାହା ବଣ୍ଧା ମଧ୍ୟ ଯାଉଛି । ଏଥିପାଇଁ ଲୋକମାନେ ନିଜ ଥାଳି ଓ ବରତନ ଆଦି ବ୍ଯବହାର କରୁଛନ୍ତି । ଏପରି ସାମୁହିକ ଭୋଜନ ସମୟରେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ କଡାକଡି ଭାବରେ ପାଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

five × five =