ପିଏମ୍ ମୋଦି ସେୟାର କଲେ ଯୋଗାସନର ଭିଡିଓ, କହିଲେ ଏଥିରେ ସ୍ୱାସ୍ଥ୍ୟ ଓ ମନ ରହିବ ପ୍ରସନ୍ନ

0 151

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ କିପରି ଫିଟ୍ ରହିପାରିବେ ସେହିଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଯୋଗାସନର ଏକ ଭିଡିଓ ସୋସିଆଲ ସାଇଟ୍ ସେୟାର କରିଛନ୍ତି ।

hiring

ଏଥିରେ ସେ ଲେଖିଛନ୍ତି ଏହା ଦ୍ୱାରା ସ୍ୱାସ୍ଥ୍ୟ ଓ ମନ ପ୍ରସନ୍ନ ରହିବ । ମୋଦି ଯୋଗ ନିଦ୍ରାର ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଯେତେବେଳେ ବି ମୋତେ ସମୟ ମିଳେ ସପ୍ତାହକୁ ଥରେ ଦୁଇଥର ଯୋଗନିଦ୍ରାର ଅଭ୍ୟାସ କରିଥାଏ । ଏହାଦ୍ୱାରା ସ୍ୱାସ୍ଥ୍ୟ ଓ ମନ ପ୍ରସନ୍ନ ରହିବା ସହ ଚିନ୍ତାରୁ ମୁକ୍ତି ମିଳିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇଣ୍ଟରନେଟରେ ଆପଣମାନଙ୍କୁ ଯୋଗନିଦ୍ରାର ବହୁତଗୁଡିଏ ଭିଡିଓ ମିଳିପାରିବ ।

hiranchal ad1
Leave A Reply

Your email address will not be published.

eleven − two =