ବଣ୍ଟା ହେଲା ପିଡିଏସ୍ ସାମଗ୍ରୀ ଓ ସାମାଜିକ ସୁରକ୍ଷା ଭତ୍ତା

0 104

ଭଦ୍ରକ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଚାଉଳ ଓ ଗହମ ସେମାନଙ୍କ ଘରେ ପହଞ୍ଚାଇ ବଣ୍ଟନ କରାଯିବା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହା ସହିତ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଧବା, ବୃଦ୍ଧ, ଭିନ୍ନକ୍ଷମ ଭତ୍ତା ମଧ୍ୟ ହତିଧିକାରୀଙ୍କ ଘରେ ପ୍ରଦାନ କରିବା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ପିଡିଏସ୍ ସାମଗ୍ରୀ ଏକ ସଙ୍ଗେ ୩ ମାସର ପ୍ରଦାନ କରାଯାଉଥିବା ବେଳେ ସାମାଜିକ ସୁରକ୍ଷା ଭତ୍ତା ଏକ ସଙ୍ଗେ ୪ ମାସର ପ୍ରଦାନ କରାଯାଉଛି । କଣ୍ଟ୍ରୋଲ ଦୋକାନୀ ନିଜ ଅଞ୍ଚଳର ହିତାଧିକାରୀଙ୍କ ଘରକୁ ଯାଇ ସାମାଜିକ ଦୂରତା ବଜାୟ ରଖି ପିଡିଏସ୍ ସମାଗ୍ରୀ ପ୍ରଦାନ କରୁଛନ୍ତି । ସେହିପରି ଜିଆର୍‌ଏସ୍‌, ପିଇଓ, ତଥା ଅନ୍ୟାନ୍ୟ କର୍ମଚାରୀ ଘରଘର ଯାଇ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି । ଲକ ଡାଉନ ଜନିତ ଜନସାଧାରଣଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

nineteen + 13 =