ପିସିଆର୍ ପାଲଟିଲା ଆମ୍ବୁଲାନ୍ସ

0 612

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା ବେଳେ ଦିଲ୍ଲୀରେ ଜଣେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଦିଲ୍ଲୀ ପିସିଆର୍ ଭ୍ୟାନ୍ । ସୂଚନାଯୋଗ୍ୟ, ଦିଲ୍ଲୀ ମୈଦାନ ଗରି ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆମ୍ବୁଲାନ୍ସକୁ ତା’ର ପରିବାର ଲୋକେ ବାରମ୍ବାର ଫୋନ୍ କଲେ ମଧ୍ୟ ଆସୁନଥାଏ । ସେହି ସମୟରେ ମହିଳା ଜଣକ କଷ୍ଟ ସହ୍ୟ କରିନପାରି ସେ ନିଜେ ପିସିଆର୍ ଭ୍ୟାନ୍‌କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତତ୍‌କ୍ଷଣାତ୍ ଆସି ତାଙ୍କ ଘରେ ପହଞ୍ଚିଥିଲା ଏବଂ ସେହି ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲା । ଯେଉଁଠାରେ କି ମହିଳା ଜଣକ ଏକ ଶିଶୁ ସନ୍ତାନ ଜନ୍ମଗ୍ରହଣ କରିଥିଲେ । ଏହାପରେ ପରିବାର ଲୋକ କହୁଛନ୍ତି ଯାହା ହେଉ ଆମ୍ବୁଲାନ୍ସ ସିନା ଶୁଣିଲାନି, ପିସିଆର୍ ଯୋଗୁଁ ଆଜି ଆମେ ବଞ୍ଚିଗଲୁ ।

hiranchal ad1
Leave A Reply

Your email address will not be published.

18 + 6 =