କଟକଣା ସତ୍ତ୍ୱେ ଅନେକଠାରେ ଜନଗହଳି ଅବ୍ୟାହତ

0 87

ସମ୍ବଲପୁର :କରୋନା ସ°କ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ବାରମ୍ବାର ଗୁରୁତ୍ୱ ଦିଆ ଯାଉଥିଲେ ମଧ୍ୟ କିଛି ସ୍ଥାନରେ ଜନଗହଳି ହେଉଛି । ଏପରି ଦୃଷ୍ଟାନ୍ତ ବ୍ୟାଙ୍କ, ରାଶନ ଦୋକାନ ଓ ରନ୍ଧନ ଗ୍ୟାସ୍ ଏଜେନ୍ସି ସାମନାରେ ଦେଖିବାକୁ ମିଳୁଛି । ଗ୍ରାହକଙ୍କ ଉପରେ ଏତେଚାପ ରହୁଛି ଯେ ସେମାନେ ଟାଣଖରା ପରି ବ୍ୟକ୍ତିଗତ କଷ୍ଟକୁ ମଧ୍ୟ ଖାତିର କରୁ ନାହାନ୍ତି, ଏଣୁ ସେମାନଙ୍କ ଠାରୁ ସାମାଜିକ ଦୂରତା ପରି ଦାୟିତ୍ବବୋଧ ଆଶା କରା ଯାଇ ନ ପାରେ । ଅନେକ ସ୍ଥାନରେ ତ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ସୁରକ୍ଷା ପ୍ରତି ସ୍ବାର୍ଥପର ହୋଇ ଗ୍ରାହକଙ୍କୁ ଭିତରକୁ ପୁରେଇ ଦେଉ ନାହାନ୍ତି ଓ ବାହାରେ ଟାଣଖରା ସତ୍ତ୍ୱେ ଲୋକ ଙ୍କୁ ଠିଆକରି ଜଣକ ପରେ ଜଣକୁ ଆସିବାକୁ ଦେଉଛନ୍ତି । ଏଥି ପାଇଁ ସେମାନେ ଅତି କମରେ ସାମାନ୍ୟ ଛାଇ ଟିକିଏ ର ବ୍ୟବସ୍ଥା ନ କରି ନିଜର ନିଷ୍ଠୁରତାର ପରିଚୟ ଦେଉଛନ୍ତି । ଯଦି ବ୍ୟାଙ୍କ ପରି ସକ୍ଷମ ଅନୁଷ୍ଠାନ ଏପରି ସାମାନ୍ୟ ସୌଜନ୍ୟତା ରକ୍ଷା କରୁନାହାନ୍ତି, ତାହେଲେ ଅନ୍ୟମାନଙ୍କ ଠାରୁ ଏପରି କିଛି ଆଶା କରିବା ବୃଥା । ଅପରପକ୍ଷେ ଏବିଷୟରେ ସବୁକିଛି ଜାଣିଶୁଣି ମଧ୍ୟ ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନାହିଁ । ଯେତେବେଳେ କୌଣସି ସ୍ଥାନରେ କିଛି ଅପରିହାର୍ଯ୍ୟ କାରଣରୁ ଜନଗହଳି ହେଉଛି ସେଠାରେ ପୁଲିସ ପଠାଇ ବ୍ୟବସ୍ଥା ସୁଧାରିବା ପାଇଁ ଚେଷ୍ଟା ମଧ୍ୟ ହେଉ ନାହିଁ । ଯଦି ଏସବୁ କାମ ପାଇଁ ସିପାହୀ ଅଣ୍ଟୁ ନାହାନ୍ତି, ତାହେଲେ ଜଣେ ଗୃହରକ୍ଷୀ ପଠାଯାଇ ପାରନ୍ତା, କିନ୍ତୁ ତାହା ମଧ୍ୟ ହେଉ ନାହିଁ ।

hiranchal ad1
Leave A Reply

Your email address will not be published.

1 × 2 =