କାଳବୈଶାଖୀର ତାଣ୍ଡବ : ଅନେକ ଘରର ଚାଳଛପର ଉଡିଗଲା

0 172

ବୈାଦ୍ଧ:ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ବୌଦ୍ଧସବର ସମେତ ଆଖପାଖ ଗ୍ରାମ ମାନଙ୍କରେ ଦେଖିବାକୁ ମିଳିଛି । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟିକିଏ ବର୍ଷାସହ ଜୋରରେ ପବନ ହେବାରୁ ବୌଦ୍ଧସହରର ବିଭିନ୍ନ ୱାର୍ଡରେ ଅନେକ ଗଛଡାଳ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି ।

hiring

ସେହିପରି ସହରକୁ ଲାଗି ରହିଥିବା ସରସରା, ବାମଣ୍ଡା, ମୁର୍ଷୁଣ୍ଢି, ବଢିଗାଁ ଆଦି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନେକ ଚାଳଛପର ଉଡିଯିବା ସହ ଘର ଉପରେ ଗଛଡାଳ ଉଡି କ୍ଷୟକ୍ଷତି ହୋଇଛି । ବୌଦ୍ଧସହର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ବୌଦ୍ଧ ସହରରେ ରାତି ପ୍ରାୟ ୧୦ଟାପରେ ବିଜୁଳି ଆସିଥିବାବେଳେ ଗ୍ରାମାଞ୍ଚଳରେ ସାରାରାତି ଅନ୍ଧାରରେ ରହିଥିଲା ।

hiranchal ad1
Leave A Reply

Your email address will not be published.

15 + five =