ଗାଁର ବିକାଶ ପାଇଁ ନିରନ୍ତର ଜାରି ରହିଛି ପ୍ରୟାସ

0 105

ଭୁବନେଶ୍ୱର : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ଦେଶର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସରପଞ୍ଚମାନଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମହାମାରୀ ଆମର ଜୀବନଶୈଳୀ, କାର୍ଯ୍ୟଶୈଳୀ ବଦଳାଇ ଦେଇଛି । ସରପଞ୍ଚମାନଙ୍କୁ ଶୁଭକାମନା ଜଣାଇ ମୋଦି କହିଥିଲେ ପଞ୍ଚାୟତ ବ୍ୟବସ୍ଥା ଯେତେ ମଜବୁତ୍ ହେବ ଲୋକତନ୍ତ୍ର ସେତିକି ମଜବୁତ୍ ହେବ । ଏଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ନିଜ ଆବଶ୍ୟକତାର ପୂର୍ତ୍ତି ପାଇଁ ଆପଣମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ । କରୋନା ଆମକୁ ଭଲ ସନ୍ଦେଶ ଦେଇଛି । ଦେଶରେ ପଞ୍ଚାୟତଗୁଡ଼ିକର ବଡ଼ ଭୂମିକା ରହିଛି । ଏଣୁ ପଞ୍ଚାୟତିରାଜ ବ୍ୟବସ୍ଥାଗୁଡ଼ିକରେ ଆଧୁନିକ ବ୍ୟବସ୍ଥା ପାଇଁ ପ୍ରୟାସ ଚାଲିଛି । ଦେଢ଼ଲକ୍ଷ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ପହଞ୍ଚିଛି, କମନ୍ ସର୍ଭିସ୍ ସେଣ୍ଟର ୩ ଲକ୍ଷ ପାର୍ କରିଛି , ଗାଁଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି, ଶସ୍ତା ମୋବାଇଲ୍ ଫୋନ୍‌୍ ଗାଁ ଗାଁରେ ପହଞ୍ଚିଛି । ମୋଦି କହିଥିଲେ ଏଥିପାଇଁ ଇ-ଗ୍ରାମସ୍ୱରାଜ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ପଞ୍ଚାୟତର ସବୁ ତଥ୍ୟ ରଖାଯାଇପାରିବ । ଏହି ଅବସରରେ ମୋଦି ପ୍ରଥମେ ଜାମ୍ମୁ-କାଶ୍ମୀର ବାରମୂଳାର ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ଜମ୍ମୁ-କାଶ୍ମୀର ପରେ କର୍ଣ୍ଣାଟକ- ଟିକାବାଲି ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । କନ୍ନଡ ଭାଷାର ରୂପାନ୍ତର କରି ଟ୍ରାନ୍ସଲେଟର ପ୍ରଧାନମନ୍ତ୍ରୀଙ୍କୁ ବୁଝାଇ କହିଥିଲେ ଯେ, ତାଙ୍କ ପଞ୍ଚାୟତରେ କରୋନା ପ୍ରବେଶ କରିନାହିଁ । ମହାରାଷ୍ଟ୍ରରୁ ଆସିଥିବା ୧୭୦ ଶ୍ରମିକଙ୍କୁ ବିଦ୍ୟାଳୟରେ ରଖାଯାଇ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ପଚାରିଥିଲେ ଆପଣ କେତେବର୍ଷ ସରପଞ୍ଚ ରହିଛନ୍ତି । ଉତ୍ତରରେ ପ୍ରଥମ ଥର ସରପଞ୍ଚ ଅଛି ବୋଲି କହିଥିଲେ । ଏହାପରେ ବିହାର ଜାହାନିଆବାଦ ଅଜୟ ସିଂ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଉତ୍ତରପ୍ରଦେଶ ବସ୍ତି ପଞ୍ଚାୟତର ମହିଳା ସରପଞ୍ଚ ବର୍ଷାଙ୍କ ସହ ଆଲୋଚନା କରିଥିଲେ । ଲକ୍‌ଡାଉନ୍ ପାଳନ କରାଯାଇଛି କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏହି ଅବସରରେ ମୋଦି ଗାଁଗୁଡ଼ିକର ଲକ୍‌ଡାଉନ୍‌କୁ ସହଯୋଗକୁ ପ୍ରଶଂସା କରିଥିଲେ । କେନ୍ଦ୍ରରୁ ଯେଉଁ ପଇସା ଯାଉଛି ପଞ୍ଚାୟତରେ ପହଞ୍ଚିଛି କି ନାହିଁ ପଚାରିଥିଲେ ଏବଂ ଗାଁ ଲୋକଙ୍କର ସନ୍ତୋଷରେ ମୋଦି ଖୁସି ହୋଇଥିଲେ ।

hiranchal ad1
Leave A Reply

Your email address will not be published.

four × five =